ଭୁବନେଶ୍ୱର : ଶନିବାର ଠାରୁ ଉପରମୁହାଁ ହେବ ପାରଦ। ଉପାନ୍ତରୁ ଉପକୂଳ ଯାଏଁ ବଢିବ ତାତି। ଏହାସହ ସ୍ୱଭାବିକ ଠାରୁ ୩ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ବାୟୁମଣ୍ଡଳରୁ ଜଳୀୟବାଷ୍ପର ପରିମାଣ କମୁଛି। ମେଘମୁକ୍ତ ଆକାଶ ସାଙ୍ଗକୁ ସୂର୍ଯ୍ୟଙ୍କ ତେଜ କିରଣ ତାତି ବଢାଇବ। ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିବ। ତାତି ବୃଦ୍ଧି ନେଇ ବିଭିନ୍ନ ମଡେଲ ଆକଳନ କରିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।