ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର । ଆଜିଠାରୁ ପୁରୁଣା ମଡେଲରେ ଚାଲୁଥିବା କିଛି ଫୋନ୍ରେ ବନ୍ଦ ହୋଇଯିବ ହ୍ୱାଟ୍ସଆପ୍ । ଆଣ୍ଡ୍ରଏଡ୍, ଆଇଓଏସ୍ ଏବଂ କାଇଓଏସ୍ ଭର୍ସନ୍ ମୋବାଇଲରେ ଆଉ ମେସେଜ୍ କି କଲ୍ କରିପାରିବେ ନାହିଁ ଗ୍ରାହକ । ଯଦି ଆପଣ ଏହି ସବୁ ପୁରୁଣା ମଡ଼େଲର ମୋବାଇଲ୍ ବ୍ୟବହାର କରୁଥାନ୍ତି ତେବେ ଆପଣ ଅସୁବିଧାରେ ପଡ଼ିପାରନ୍ତି । କମ୍ପାନୀର କହିବା ମୁତାବକ ବ୍ୟବହାରକାରୀଙ୍କ ସୁରକ୍ଷା ପାଇଁ କିଛି ନୂଆ ଫିଚର୍ସ ଆଡ୍ କରାଯାଉଛି । ଏହି ନୂଆ ଫିଚର୍ସ ଚଲାଇବା ସର୍ବନିମ୍ନ ହାର୍ଡୱେରର ଆବଶ୍ୟକତା ରହିଛି । ତେଣୁ ପୁରୁଣା ୪.୦.୪ ସ୍ମାର୍ଟଫୋନ୍ ମେଟା ଦ୍ୱାରା ପରିଚାଳିତ ମେସେଜିଂ ଆପ୍ଲିକେସନ୍ ଚଲାଇବାକୁ ଯୋଗ୍ୟ ହେବ ନାହିଁ । କିଛି ଲୋକପ୍ରିୟ ସ୍ମାର୍ଟଫୋନ୍ ଯେମିତି ସାମସଙ୍ଗ ଗାଲାକ୍ସି ଏସ୍-୨, ଗାଲାକ୍ସି ଏସ୍-୩ ମିନି, ଅପ୍ଟିମସ୍ ଏଲ୍-୫ ଡୁଆଲ, ଅପ୍ଟିମସ୍ ଏଲ୍-୫ ଡୁଆଲ, ଅପ୍ଟିମସ୍ ଏଫ୍୍-୭ ଇତ୍ୟାଦିରେ ହ୍ୱାଟ୍ସଆପ୍ କାମ କରିବ ନାହିଁ ।