ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲର ୨ଜଣ ଡ଼ାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ କ୍ୟାପିଟାଲ ନିର୍ଦ୍ଦେଶକ ଡ଼ାକ୍ତର ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି । ଜଣେ ଶଲ୍ୟ ଓ ଅନ୍ୟ ଜଣେ ଭେଷଜ ବିଭାଗର ଡ଼ାକ୍ତର ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହି ଡ଼ାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର ଟେଷ୍ଟିଂ କରାଯାଇ ଥିବାବେଳେ ସେମାନଙ୍କର ରିପୋର୍ଟ ନେଜେଟିଭ ଆସିଛି । ତଥାପି ଆଉ ଥରେ ସେମାନଙ୍କର RTPCR ଟେଷ୍ଟ କରାଯିବ ବୋଲି ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି ।