କେନ୍ଦୁଝର ଜୁଡ଼ିଆ ସାମଲ ମୋଟର ସମ୍ମୁଖରେ ସିରିଜ୍ ଦୁର୍ଘଟଣା । ୨ଟି ଟ୍ରକ୍ ଓ ୩ଟି ବାଇକ୍କୁ ଧକ୍କା ଦେଲା ଆଉ ଏକ ଟ୍ରକ୍ । ଦୁର୍ଘଟଣାରେ ୩ଟି ବାଇକ୍ ଭାଙ୍ଗି ଚୁରମାର ହୋଇଯାଇଛି । ଏହା ସହ ୪ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଆଜି ସକାଳେ ଲୁହାପଥର ବୋଝେଇ ଟ୍ରକଟି ଦ୍ରୁତଗତିରେ ଆସି ପ୍ରଥମେ ୩ଟି ଟ୍ରକକୁ ଧକ୍କା ଦେଇଥିଲା। ପରେ ୪ ଜଣ ବାଇକ ଆରୋହୀଙ୍କ ଉପରେ ମାଡ଼ି ଯାଇଥିଲା।
ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି। ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକର ଡ୍ରାଇଭରକୁ ଅଟକ ରଖିବା ସହ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ବ୍ରେକ୍ ଫେଲ୍ ହେବା ଯୋଗୁ ଟ୍ରକଟି ଅନ୍ୟ ୩ଟି ଟ୍ରକ ଓ ୪ଟି ବାଇକକୁ ଧକ୍କା ଦେଇଥିବା କୁହାଯାଉଛି। ଲୁହାପଥର ବୋଝେଇ ଟ୍ରକଟି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଜଣାପଡ଼ିଛି।