ଛତ୍ରପୁର; ଭାଉଜ ଓ ନଣଦ କାଠ ଆଣିବାକୁ ଜଙ୍ଗଲ ବାହାରିଲେ । ମାତ୍ର ଜଙ୍ଗଲ ଯିବା ହେଲେ ହ୍ରଦ ପାରି ହେବାକୁ ପଡ଼ିବ । ଦେଶୀ ଡ଼ଙ୍ଗାରେ ହଦ୍ର ପାରିହେବା ଏମିତି ନିତି ଦିନିଆ । କିନ୍ତୁ ଭାଗ୍ୟ ଦେଲାନି ସାଥ, ମଝି ହଦ୍ରରେ ବୁଡ଼ିଲା ଡ଼ଙ୍ଗା । ଭାଉଜ ମୃତ ହୋଇଥିବା ବେଳେ ନଣଦ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ମାତ୍ର ଭାଉଜଙ୍କ ଶାଢୀ ପିନ୍ଧିବା ଦ୍ୱାରା ପାଣି ଭିତରେ ଶିଘ୍ର ଶ୍ୱାସରୁଦ୍ଧ ହୋଇଥିବା ବେଳେ ନଣନ ଡ଼୍ରେସ ପିନ୍ଧିବା ଦ୍ୱାରା ଅଳ୍ପକେ ଜୀବନ ବଂଚିଯାଇଛି ।
ଏମିତି ହୃଦୟ ବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ଛତ୍ରପୁର ହୁମା ଗାଁରେ ଘଟିଥିବା ବେଳେ ଖବର କିନ୍ତୁ ପୁରା ଅଂଚଳରେ ଶୋକର ବାତାବରଣ ସୃଷ୍ଟି କରିଛି ।
ଛତ୍ରପୁର ହୁମର ଗାଁର ପୁଷ୍ପା ବେହେରା ଓ ତାଙ୍କ ନଣନ୍ଦ ବନୀ ବେହେରା ଏକ ଦେଶୀ ଡ଼ଙ୍ଗାରେ ତାମ୍ପରା ହ୍ରଦ ପାର୍ ହୋଇ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ। ଦିନ ସାରା ଜଙ୍ଗଲରେ କାଠ ଗୋଟାଇଥିଲେ। ଅପରାହ୍ନରେ କାଠ ଧରି ଡଙ୍ଗାରେ ହ୍ରଦ ପାର ହୋଇ ଘରକୁ ଫେରୁଥିଲେ ନଣନ୍ଦ ଓ ଭାଉଜ। ହେଲେ ହ୍ରଦ ମଝିରେ ଦେଶୀ ଡଙ୍ଗାଟି ବୁଡି ଯାଇଥିଲା। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଏନେଇ ଛତ୍ରପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।