ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ଭାଇରାଲ । ସାମାଜିକ ଗଣମାଧ୍ୟମରେ ପୁଣି ଭାଇରାଲ୍ ହୋଇଛି ରତ୍ନସିଂହାସନରେ ଅଧିଷ୍ଠିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ।କୋଲକାତାର ଅରଜିତ ଚନ୍ଦ୍ରା ନାମକ ଜଣେ ବ୍ୟକ୍ତି ନିଜ ଫେସବୁକ ଆକାଉଣ୍ଟରେ ଶ୍ରୀଜିଉଙ୍କ ରତ୍ନ ସିଂହାସନର ଫଟୋ ପୋଷ୍ଟ କରିଛନ୍ତି | ଗତ ନୃସିଂହ ଚତୁର୍ଦ୍ଦଶୀରେ ଏହି ଫଟୋ ଅପଲୋଡ଼ ହୋଇଥିବା ଜଣାପଡିଛି | ଯାହା ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଚି | ଏ ଘଟଣା ନଜରକୁ ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି | ଶ୍ରୀମନ୍ଦିର ଉପରେ ଆତଙ୍କବାଦୀଙ୍କ ଆକ୍ରମଣର ଭୟ ରହିଥିବା ଯୋଗୁଁ ବାରମ୍ବାର ଶ୍ରୀମନ୍ଦିର ସୁରକ୍ଷା ନେଇ ଚିନ୍ତା ପ୍ରକଟ କରାଯାଉଛି । କିନ୍ତୁ ବାରମ୍ବାର ଏହିଭଳି ଘଟଣା ଶ୍ରୀମନ୍ଦିର ଭିତର ଫଟୋ ଭାଇରଲ ହେବା କଥା ଏବେ ବଡ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏବେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ମନା । ଗତ ନୃସିଂହ ଚତୁର୍ଦ୍ଦଶୀ ବେଳକୁ ରାଜ୍ୟରେ ଲକଡାଉନ ଜାରି ରହିଛି । ଏଭଳି ପରିସ୍ଥିତିରେ କିଭଳି ଶ୍ରୀମନ୍ଦିର ଭିତରକୁ କିଏ ପ୍ରବେଶ କଲା ଏବଂ ଫଟୋ ଉଠାଗଲା ତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ଫଟୋ ଭାଇରାଲ୍ କରିଥିବା ୟୁଜରଙ୍କ ଫେସ୍ବୁକ ଆକାଉଣ୍ଟକୁ ବି ଯାଞ୍ଚ କରାଯାଇ ରେକର୍ଡ କରାଯାଇଛି । ତଦନ୍ତ ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ।