ବ୍ରହ୍ମପୁର : ଶନିବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ନିଗମ କମିଶନରସିଦ୍ଧେଶ୍ୱର ବଳୀରାମ ବୋନ୍ଦ୍ରର ସ୍ତାନୀୟ ଗଜପତି ନଗର ଠାରେ ପହଞ୍ଚି ମାଆ ଛେଉଣ୍ଡ ଦୁଇ ଶିଶୁଙ୍କୁ ଭେଟିଲେ ।ସୂଚନାଯୋଗ୍ୟ କି ଗଜପତି ନଗର ଠାରେ ଚାରି ବର୍ଷର ଝିଅ ଏବଂ ସାତ ଦିନର ପୁଅକୁ ଗତ ୩୧ତାରିଖରେ ଏକା କରି ଚାଲିଗଲେ ମା ଦୃପ୍ତିମୟୀ ଦେବୀ । ଦୃପମୟୀ କୁକୁକୁଡ଼ାଖଣ୍ଡି ବ୍ଲକ୍ ଲାଞ୍ଜିଆ ପଞ୍ଚାୟର ପଦର ବାଲି ଗ୍ରାମ ର ଅଙ୍ଗନବାଡି କର୍ମୀ ଥିଲେ ।ଦିନ ଥିଲା ସେ ଅନ୍ୟ କୁ କୋରନା ସଚେତନତା କରି ନିଜେ ମଧ୍ୟ ସଂକ୍ରମିତ ହୋଇଥିଲେ ।
ସଂକ୍ରମିତ ହେବା ଅବସ୍ଥାରେ ସେ ଗର୍ଭବତୀ ମଧ୍ୟ ଥିଲେ । ଗତ ୩୦ ତାରିଖରେ ଦୃପମୟୀ ଶୀତଲାପଲ୍ଲୀ କୋଭିଡ ହସ୍ପିଟାଲରେ ଏକ ପୁତ୍ରସନ୍ତାନ କୁ ଜନ୍ମ ଦେଇଥିଲେ । ତେବେ ଛୁଆ ବି କୋରନା ପଜିଟିଭି ହେତୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଅଣାଯାଇଥିଲା । କିନ୍ତୁ ସବୁ ଠୁଁ ବଡ଼ ଦୁଃଖର ବିଷୟ ହେଲା ଜନ୍ମ ଦେବାର ଗୋଟିଏ ଦିନ ପରେ ଅର୍ଥାତ୍ ଗତ ୩୧ ତାରିଖରେ ରେ ଦୃପମୟୀ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ଯାହାଫଳରେ ଦୁଇ ଶିଶୁ ଏବେ ମାଆ ଛେଉଣ୍ଡ ହେବା ସହ ସେମାନଙ୍କ ରକ୍ଷଣାବେକ୍ଷଣ ଏବଂ ଭବିଷ୍ୟତ କିପରି କରିପାରିବେ ଏନେଇ ସ୍ତାନୀୟବାସୀ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଦାବି କରିଥିଲେ ।
ଏହି ଘଟଣା ବିଭିନ୍ନ ଖବରକାଗଜରେ ପ୍ରସାରିତ ହେବାପରେ ଆଜି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ନିଗମ କମିଶନର ସିଦ୍ଧେଶ୍ୱର ବଳୀରାମ ବୋନ୍ଦ୍ରର ଉକ୍ତ ଶିଶୁଙ୍କୁ ଭେଟି ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିବା ସହ ସ୍ବର୍ଗତ ଦୃପମୟୀଙ୍କ ଶୁଦ୍ଧିକ୍ରିୟା ଓ ତାଙ୍କର ଛୁଆର ଭଲମନ୍ଦ ପାଇଁ ଜିଲ୍ଲା ପ୍ରଶାସନ ଓ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ୨୦ ହଜାର ଟଙ୍କାଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡ଼ିଛି ।ଏପରିକି ଏହି ମା ଛେଉଣ୍ଡରା ଦୁହେଁଙ୍କୁ ଆଗାମୀ ଦିନରେ ସମସ୍ତ ସରକାରୀ ଯୋଜନାରେ ସାମିଲ ସାମିଲ୍ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।