ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ । ଶ୍ରୀକ୍ଷେତ୍ର ପୁରୀରେ ଲାଗିଛି ହବିଷ୍ୟାଳିଙ୍କ ଭିଡ଼ । ମହାପ୍ରଭୁଙ୍କୁ ଦର୍ଶନ କରି ପୂଣ୍ୟ ଲାଭ କରୁଛନ୍ତି ଶ୍ରଦ୍ଧାଳୁ । ହରିବୋଲ, ହୁଳହୁଳିରେ ଫାଟି ପଡୁଛି ଶ୍ରୀକ୍ଷେତ୍ର । । ନିଷ୍ଠାର ସହ କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି ହବିଷ୍ୟାଳୀ ମାନେ ।
ବଡି ଭୋରରୁ ସ୍ନାନ କରିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରି ହବିଷ୍ୟାଳୀ ମାନେ ପୂଣ୍ୟ ଅର୍ଜନ କରୁଛନ୍ତି। ପରେ ନିଜନିଜ ଶିବିରକୁ ଆସି ଚଉରା ମୂଳେ ରାଇଦାମୋଦର ପୂଜା କରୁଛନ୍ତି। ଏକମାସ ଧରି ବ୍ରତଧାରୀ ମାନେ ଶିବିରରେ ରହି କାର୍ତ୍ତିକ ବ୍ରତ ପାଳନ କରିବା ସହ ସଂଧ୍ୟାରେ ମହାପ୍ରସାଦ ସେବନ କରି ଭଜନ କୀର୍ତ୍ତନ, ପାଲା ଇତ୍ୟାଦି ଦେଖିବେ । ପୁରୀରେ ଗହଳିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।