ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଟ୍ରାଫିକ ଛକରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କୁଟିକୁ ଚାପି ଦେଲା ହାଇୱା ,ଦୁଇ ସ୍କୁଟି ଆରୋହୀ । ସହର ପଟୁ ଯାଉଥିବା ସ୍କୁଟିକୁ ସମ୍ବଲପୁର ମହାନଦୀ ସେତୁ ପଟୁ ଆସୁଥିବା ହାଇୱା ସ୍କୁଟିକୁ ଚାପି ଦେଇ ଫେରାର ହୋଇଯାଇଛି । ତେବେ ଦୁର୍ଘଟଣା ଘଟାଇ ଦ୍ରୁତଗତିରେ ହାଇୱା ଫେରାର ହେବା ବେଳେ ସ୍କୁଟି ହାଇଓକ୍ୱାରେ ଲାଖି ଯାଇଥିଲା । ଫଳରେ ଗୋଟିଏ କିଲୋମିଟର ରାସ୍ତାରେ ଘୋଷାରି ହୋଇଯିବା ପରେ ରାସ୍ତାରେ ହାଇୱା ଜଳିଯାଇଥିଲା ।
ସୁବର୍ଣ୍ଣପୁର ଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ଆଗରେ ହାଇଓକ୍ୱାରେ ନିଆଁ ଲାଗିଯିବାରୁ ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଛି । ଦୁର୍ଘଟଣା ପରେ ବ୍ଲକ ଛକରେ ଉତେଜନା ସୃଷ୍ଟି ହୋଇଥିବା ଘଟଣାସ୍ଥଳରେ ଏସପି ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଉତ୍ୟକ୍ତ ଲୋକେ ପୋଲିସ ଗାଡିକୁ ଭଙ୍ଗାରୁଜା କରୁଥିବା ଦେଖିବାକୁ ମିଳିଛି ।