ସନ୍ଦେହ ବଢ଼ାଉଛି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟଣା: ପକେଟ ଯାଞ୍ଚ କରାଯିବା ଭିଡିଓ ଭାଇରାଲ୍

ସନ୍ଦେହ ବଢ଼ାଉଛି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟଣା: ପକେଟ ଯାଞ୍ଚ କରାଯିବା ଭିଡିଓ ଭାଇରାଲ୍

Spread this article

ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଛାତ୍ର ନିଶାନ୍ତଙ୍କ ମୃତ୍ୟୁ ଘଟଣାରେ ଆଜି ସାମ୍ନାକୁ ଆସିଛି ଏକ ନୂଆ ତଥ୍ୟ । ଡାକ୍ତରୀ ଛାତ୍ର ନିଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କୁ ଡାକ୍ତରଙ୍କ ପାଖକୁ ନେବା ବଦଳରେ ତାଙ୍କ ପକେଟ ଯାଞ୍ଚ କରାଯାଉଛି | ନିଶାନ୍ତଙ୍କ ମୃତଦେହ ତଳେ ପଡିଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ପକେଟରେ ହାତ ପୂରାଇ କ’ଣ ଖୋଜୁଥିବା ଦେଖିବାକୁ ମିଳିଛି | ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଘଟଣା ସମୟରେ ସେଠାରେ ମେଡିକାଲ କଲେଜର ଡିନ୍ ମଧ୍ୟ ଉପସ୍ଥିତ ଅଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି | ତେଣୁ ଛାତ୍ରଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି |

ତେବେ ନିଶାନ୍ତ ହଷ୍ଟେଲ ଛାତରୁ ଖସି ପଡିବା ପରେ ପ୍ରଥମେ ତାଙ୍କୁ ଡାକ୍ତର ପାଖକୁ ନ ନେଇ କାହା ନିର୍ଦ୍ଦେଶରେ ତାଙ୍କ ପକେଟ ଯାଞ୍ଚ କରାଯାଇଥିଲା ? କଲେଜ କର୍ତ୍ତୃପକ୍ଷ କିଭଳି ଏକ ବେଆଇନ କାର୍ଯ୍ୟ ପାଇଁ ଅନୁମତି ଦେଲେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ? ଏ ସମ୍ପର୍କରେ ଆମେ ମେଡିକାଲ କଲେଜ ଡ଼ିନଙ୍କୁ ପଚାରିବାରୁ ସେ ପ୍ରତିକ୍ରିୟା ଦେଇପାରିବେ ନାହିଁ ବୋଲି ମନା କାରିଦେଇଥିଲେ ।

ଅପରପକ୍ଷରେ ମୃତ୍ୟୁ ପୂର୍ବରୁ ନିଶାନ୍ତ ତାଙ୍କ ବନ୍ଧୁଙ୍କ ସହ କରିଥିବା ହ୍ୱାଟସଆପ୍ ଚାଟ ମଧ୍ୟ ସାମ୍ନାକୁ ଆସିଥିଲା । କଲେଜରେ ସିନିୟରମାନେ ରାଗିଂ କରୁଥିବା ନେଇ ସେଥିରୁ ଜଣାପଡିଥିଲା | ଏହି ମୋବାଇଲ ଚାଟିଙ୍ଗର କିଛି ଫଟୋ ତାଙ୍କ ପରିବାର ଲୋକ କଲେଜ କର୍ତ୍ତୃପକ୍ଷଙ୍କୁ ମଧ୍ୟ ପ୍ରଦାନ କରିଥିଲେ | ସେହିପରି ନିଶାନ୍ତଙ୍କ ସୁଇସାଇଡ ନୋଟ ମଧ୍ୟ ପୋଲିସକୁ ମିଳିଛି । ଯାହାକି ବଲାଙ୍ଗୀରରେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ଦ୍ୱନ୍ଦ୍ୱ ବଢାଇବାରେ ଲାଗିଛି ।

ଏନ ଏନ ଏସ ଓଡ଼ିଆ ଦୁର୍ଘଟଣା ରାଜ୍ୟ ଶିକ୍ଷା ଓ ନିଯୁକ୍ତି