ଭିଜିଲାନ୍ସ ଜାଲରେ ପୁଣି ଜଣେ କନେଷ୍ଟବଳ । ବ୍ରହ୍ମପୁରର ଥାନାର କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ କରିଛି ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି । ଗଞ୍ଜାମର ୩ଟି ସ୍ଥାନରେ ଚଢାଉ ଜାରି ରହିଛିି । ବ୍ରହ୍ମପୁରର ଲୁଚାପଡ଼ାରେ ଥିବା ୩ ମହଲା କୋଠା ଓ ନିମଖଣ୍ଡି ଘରେ, ଭଞ୍ଜନଗର ଥାନା ଗୋମୁଣ୍ଡିରେ ଥିବା ପୈତୃକ ଘର ଉପରେ ଭିଜିଲାନ୍ସ ଚଢ଼ାଉ କରିଛି । ସୁଦର୍ଶନଙ୍କଠୁ ଏବେ ସୁଦ୍ଧା ମିଳିଛି ନଗଦ ୫ ଲକ୍ଷ ୧୬ ହଜାର ୮୮୦ ଟଙ୍କା । ଏବେ ବି ଚଢାଉ ଜାରି ରହିଛି । ଚଢାଉରେ ଜଣେ ଅତିରିକ୍ତ ଏସପି, ୨ଜଣ ଡିଏସପି ଓ ୫ଜଣ ଇନସ୍ପେକ୍ଟର ସାମିଲ ହୋଇଛନ୍ତି । ଗତ କିଛି ଦିନ ତଳେ କୋଟିପତି କନେଷ୍ଟବଳଙ୍କ ଘର ଉପରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା । ଭିଜିଲାନ୍ସ ତାଙ୍କର କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଓ ବହୁ ଦାମୀ ସାମଗ୍ରୀ ଜବତ କରିଥିଲା ।