ଅପପୃଷ୍ଟି ନଗଡ ଭାବେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ ନଗଡା ଅଞ୍ଚଳ ସାରା ଦେଶରେ ଚହଳ ପକାଇଥିଲା | ବହୁଚର୍ଚ୍ଚିତ ନଗଡ଼ା ଅପପୃଷ୍ଟି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ପଡିଥିଲା | ଏହି ଘଟଣା ପରେ ସେତେବେଳେ ରାଜ୍ୟ ସରକାର ନଗଡ଼ା ଅଞ୍ଚଳର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରି କୋଟି କୋଟି ଟଙ୍କା ପ୍ରଦାନ କରିଥିଲେ | ଦୀର୍ଘ ଦିନ ପରେ ମଧ୍ୟ ଅପପୃଷ୍ଟି ଦୂରୀକରଣରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ ଆଣିଛନ୍ତି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସମ୍ପାଦିକା ଡ଼ ଐଶ୍ୱର୍ଯ୍ୟା ବିଶ୍ୱାଳ |
ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସମ୍ପାଦିକା ଡ଼ ଐଶ୍ୱର୍ଯ୍ୟା ବିଶ୍ୱାଳ ମଙ୍ଗଳବାର ଅପରାହ୍ନରେ ନଗଡ଼ା ଅଞ୍ଚଳ ପରିଦର୍ଶନ କରିଥିଲେ | ଅପପୃଷ୍ଟି ନଗଡରେ ସ୍ଥିତି ସମୀକ୍ଷା କରିଥିଲେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସମ୍ପାଦିକା ଡ଼ ଐଶ୍ୱର୍ଯ୍ୟା ବିଶ୍ୱାଳ | ଏହି ଅବସରରେ ନଗଡ଼ାରେ ରହୁଥିବା ୬୦ ପରିବାରକୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ l
ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସମ୍ପାଦିକା ଐଶ୍ୱର୍ଯ୍ୟା ବିଶ୍ୱାଳ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ‘ଅପପୃଷ୍ଟିମୁକ୍ତ ଭାରତ’ ପାଇଁ ମୋଦି ସରକାର ସଂକଳ୍ପବଦ୍ଧ। କେନ୍ଦ୍ର ସରକାରଙ୍କ ଅପପୃଷ୍ଟିମୁକ୍ତ ଭାରତ’କୁ ଚକ୍ରାନ୍ତ କରି ଅସଫଳ କରିବାରେ ରାଜ୍ୟ ସରକାର ଲାଗି ପଡ଼ିଛନ୍ତି। ସରକାର ଅଳ୍ପ କିଛି ବିକାଶ କାର୍ଯ୍ୟ କରିଛନ୍ତି ସତ, କିନ୍ତୁ ବାସ୍ତବରେ ଆଜି ମଧ୍ୟ ନଗଡ଼ା ଅଂଚଳ ବିକାଶର ବହୁ ଦୂରରେ ଅଛି । ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତା ସବୁଠୁ ବଡ ସମସ୍ୟା ଏବଂ ରାଜ୍ୟରେ ରକ୍ତହୀନତା ମହିଳାଙ୍କ ସଂଖ୍ୟ ୫୦ ପ୍ରତିଶତରୁ ୬୪ ପ୍ରତିଶତକୁ ବୃଦ୍ଧି ପାଇବା ଅତ୍ୟନ୍ତ ଚିନ୍ତାଜନକ । ଗର୍ଭବତୀ ମହିଳାମାନଙ୍କୁ ଉପଯୁକ୍ତ ପୃଷ୍ଟିକର ଖାଦ୍ୟ ଅଭାବ ଥିବା କାରଣରୁ ଓଡ଼ିଶାରେ ଶିଶୁ ମୃତ୍ୟୁ ହାର ପ୍ରତି ହଜାରରେ ୪୧ । ଏ ସମସ୍ତ ତଥ୍ୟ ରାଜ୍ୟର ପୋଷଣ ଯୋଜନାର ବିଫଳତାକୁ ପଦାରେ ପକାଉଛି ବୋଲି ସେ ଅଭିଯୋଗ କରିଛନ୍ତି |
ନଗଡା ଗସ୍ତରେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସମ୍ପାଦିକାଙ୍କ ସହ ଏ ବାଲେଶ୍ୱର ମହିଳା ସଭାନେତ୍ର ମନୀଷା ବେହେରା ଓ ବିଜେପି ମହିଳା ନେତ୍ରୀ ରଶ୍ମିମୟ ପଟ୍ଟନାୟକ, ମନ୍ଦାକିନୀ ସେଠୀ ପ୍ରମୁଖ ସାମିଲ ଥିଲେ |