ଖୋର୍ଦ୍ଧା(ଏନଏନଏସ୍): ଆଜି ଖୋର୍ଦ୍ଧା ଗସ୍ତରେ ଯାଇ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନା ଅନୁସାରେ ୧୯୪୧ମସିହାରେ ଖୋର୍ଦ୍ଧା ଗୁରୁଜଙ୍ଗରେ ଗଢି ଉଠିଥିବା ଏକ ପ୍ରାଥମିକ ଶିକ୍ଷା କେନ୍ଦ୍ର ବନ୍ଦ ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିଲା। ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପରେ ସେଠାରେ ଗଢି ଉଠିଛି ଏକ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ର। ଏନେଇ ଏହି ଗବେଷଣା କେନ୍ଦ୍ରର କାର୍ଯ୍ୟ ଶେଷ ହେବା ପରେ ଆଜି ଉଦଘାଟନ କରିବାକୁ ସନ୍ଧ୍ୟା ୫ଟାରେ ଖୋର୍ଦ୍ଧା ଗସ୍ତରେ ଆସି ପହଞ୍ଚିବେ ମୁଖ୍ୟମନ୍ତ୍ରୀ ।
ଏହି କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ରରେ ରାଜସ୍ଥାନ ଜୟପୁର ଏକ ସ୍ଵେଚ୍ଛାସବୀ ସଂସ୍ଥା ଦ୍ଵାରା ଏଠାରେ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ପ୍ରସ୍ତୁତ ହେବ। ସେ ସଂପର୍କ ରେ ମଧ୍ୟ ଏକ ଗବେଷଣା ତାଲିମ କେନ୍ଦ୍ର ଚାଲିବ। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଖୋର୍ଦ୍ଧା ଏସ୍ଡ଼ିପିଓଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରସ୍ତୁତି ଚାଲିଥିବା ବେଳେ ହାଇ ସିକୁ୍ୟରିଟି ବ୍ୟବସ୍ଥା ମଧ୍ୟ କରାଯାଇଛି ।