ଭୁବନେଶ୍ୱର,(ଏନଏନଏସ ଓଡ଼ିଆ/ ୦୧.୦୪): ଆଜି ଉତ୍କଳ ଦିବସ ଅବସରରେ ଓଡିଶାବାସୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। କଟକ-ଭୁବନେଶ୍ୱର-ପୁରୀ ମଧ୍ୟରେ ଗଡିବ ମେଟ୍ରୋ ଟ୍ରେନ୍। ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ କାମକୁ ଅନୁମୋଦନ ମିଳିଛି। ରେଳ ଷ୍ଟେସନ,ବାଣୀବିହାର, ପଟିଆ, ନନ୍ଦନକାନନ, ଦେଇ ଚାଲିବ ମେଟ୍ରୋ ଟ୍ରେନ୍। ଏଥିପାଇଁ ଏଲିଭେଟେଡ୍ କରିଡର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି। ଭିଡ କମାଇବା ପାଇଁ ମେଟ୍ରୋ ଚଲାଇବାକୁ ସରକାର ଏହି ବଡ ପଦକ୍ଷେପ ନେଇଛନ୍ତି।