ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରକୁ ଦେଶର ସର୍ବୋଚ୍ଚ ଖେଳରତ୍ନ ପୁରସ୍କାର ଥିଲା । ଯାହାକୁ ରାଜୀବ ଗାନ୍ଧୀଙ୍କ ନାମରେ ନାମିତ କରାଯାଇଥିଲା । ହେଲେ ଆଜି ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ଯେ ଏହି ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରର ନାମକୁ ବଦଳାଇ ଏବେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ନାମରେ ନାମିତ କରାଗଲା । ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟର ଜରିଆରେ କହିଛନ୍ତି ଯେ ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ ଏଭଳି ନିଷ୍ପତ୍ତି ନିଆଯାଇଛି । ଭାରତୀୟ କ୍ରୀଡାରେ ଧ୍ୟାନଚାନ୍ଦ ଏକ ବେଶ ପରିଚିତ ନାମ । ଏହାସହ ତାଙ୍କୁ ଭାରତୀୟ ହକି ମହାନାୟକ ବୋଲି ମଧ୍ୟ କୁହାଯାଏ । ସେ ତାଙ୍କ ୨୦ ବର୍ଷର ହକି ଜୀବନ ମଧ୍ୟରେ ୧ ହଜାରରୁ ଅଧିକ ଗୋଲ କରିବା ସହିତ ଅଲିମ୍ପିକ୍ସରେ ୩ ଥର ସ୍ୱର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି । ଏବେ ଭାରତରେ ଖେଳ ପାଇଁ ଦିଆଯାଉଥିବା ଖେଳରତ୍ନ ପୁରସ୍କାର ଏବେ ମେଜର ଧ୍ୟାନଚାନ୍ଦଙ୍କ ନାମରେ ପରିଚିତ ହେବ ।
#Dhyanachand #NarendraModi #NNSODIA