ବ୍ରସେଲ,୦୫.୦୪.୨୦୨୩ (ଏନଏନଏସ ଓଡ଼ିଆ) : ଫିନ୍ଲାଣ୍ଡ୍ ନର୍ଥ ଆଟ୍ଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍ (ନାଟୋ)ର ନୂଆ ସଦସ୍ୟ ହୋଇଛି । ଏହି ସାମରିକ ମେଣ୍ଟରେ ସାମିଲ ହେବାରେ ଫିନ୍ଲାଣ୍ଡ୍ ୩୧ତମ ଦେଶ ହୋଇଛି । ନାଟୋ ସେକ୍ରେଟାରୀ ଜେନେରାଲ୍ ଜେମ୍ସ ଷ୍ଟୋଲନ୍ବର୍ଗ ମଙ୍ଗଳବାର ଦିନ ଏହି ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ରୁଷ ଏହାକୁ ନେଇ ବଡ ଅସନ୍ତୋଷ ବ୍ୟକ୍ତି କରିଛି । କ୍ରେମଲିନ୍ରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି, ଫିନ୍ଲାଣ୍ଡକୁ ନାଟୋରେ ସାମିଲ କରିବା ଏକ ପ୍ରକାର ରୁଷର ସୁରକ୍ଷା ଉପରେ ଆକ୍ରମଣ । ସେହିପରି ସ୍ୱିଡେନ୍ ମଧ୍ୟ ଖୁବ୍ଶୀଘ୍ର ନାଟୋରେ ସାମିଲ ହୋଇପାରେ ବୋଲି କୁହାଯାଉଛି । ଫିନ୍ଲାଣ୍ଡ ମେଣ୍ଟରେ ଯୋଗଦେବା ପରେ ନାଟୋ ବ୍ରସେଲ୍ସସ୍ଥିତ ମୁଖ୍ୟାଳୟରେ ପ୍ରଥମ ଥର ପାଇଁ ଫିନ୍ଲାଣ୍ଡର ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ଏହି ସମାରୋହରେ ଫିନ୍ଲାଣ୍ଡ୍ ରାଷ୍ଟ୍ରପତି ସାଉଲି ନିନୀସ୍ତୋ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଏନ୍ତି କାଇକୋନେନ୍ ଉପସ୍ଥିତ ଥିଲେ । ଏବେ ଏହି ଦେଶର ସୁରକ୍ଷା ନାଟୋର ଦାୟିତ୍ୱ ହେବ ।