ସ୍କୁଲରେ ଲାଗିଲା ନିଆଁ, ଜଳି ଗଲା କମ୍ପ୍ୟୁଟର ଓ ଶିକ୍ଷା ସାମଗ୍ରୀ

ସ୍କୁଲରେ ଲାଗିଲା ନିଆଁ, ଜଳି ଗଲା କମ୍ପ୍ୟୁଟର ଓ ଶିକ୍ଷା ସାମଗ୍ରୀ

Spread this article

ହୁତୁ ହୋଇ ଜଳିଲା ସରକାରୀ ସ୍କୁଲ | ବିଦ୍ୟୁତ ସଟ ସର୍କିଟ ଯୋଗୁ ଘଟିଛି ଅଗ୍ନିକାଣ୍ଡ | କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ସ୍ଥିତ କୁଦଗଡିଆ ଉଚ୍ଚ ବିଦ୍ୟାଳୟର କମ୍ପ୍ୟୁଟର ରୁମରେ ଲାଗିଯାଇଥିଲା ନିଆଁ | ଫଳରେ ନିଆଁରେ ଜଳିଯାଇଛି ବହୁ କମ୍ପ୍ୟୁଟର ଓ ଶିକ୍ଷା ସାମଗ୍ରୀ | ପାଞ୍ଚଲକ୍ଷ ଟଙ୍କାର ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଥିବା ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି | ତେବେ ସ୍କୁଲ ବନ୍ଦ ଥିବାରୁ ଛାତ୍ରଛାତ୍ରୀ ରକ୍ଷା ପାଇଯାଇଛନ୍ତି |

ଏବେ ସକାଳୁଆ ସ୍କୁଲ ହୋଇଥିବାରୁ 10ଟା ବେଳକୁ ସ୍କୁଲ ଛୁଟି ହୋଇଯାଇଥିଲା | 12ଟା ସମୟରେ ହଠାତ କମ୍ପ୍ୟୁଟର ରୁମରୁ ଧୂଆଁ ବାହାରିଥିଲା | ଗାଁ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବାରୁ ସେମାନେ ଆସି ନିଆଁକୁ ଆୟତ୍ତ କରିଥିଲେ |

ଏନ ଏନ ଏସ ଓଡ଼ିଆ ଦୁର୍ଘଟଣା ରାଜ୍ୟ