ଆଜି ଜଟଣୀ ବାର୍ ଆସୋସିଏସନ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି I ୨୦୨୨- ୨୩ ଓଡିଶା ଷ୍ଟେଟ ବାର୍ ଗାଇଡ୍ ଲାଇନ୍ ଅନୁସାରେ ଜଟଣୀ ବାର୍ ଆସୋସିଏସନର ଚଳିତ ବର୍ଷର କର୍ମକର୍ତ୍ତା ନିର୍ବାଚନ ଜଟଣୀ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଥିଲା | ଆଜି ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ I ଜଟଣୀ ବାର୍ ଆସୋସିଏସନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ନିରଞ୍ଜନ ପଣ୍ଡା |
ସେହିଭଳି ବିନା ପ୍ରତିଦ୍ବନ୍ଦିତାରେ ଉପ ସଭାପତି ଭାବେ ଅମର ପ୍ରସାଦ ମିଶ୍ର , ସମ୍ପାଦକ ଭାବେ ବିଜୟ କୁମାର ମହାପାତ୍ର, ସହ ସମ୍ପାଦକ ଉମାକାନ୍ତ ମହାପାତ୍ର , କୋଷାଧ୍ୟକ୍ଷ ମାନସ କୁମାର ସୁବୁଦ୍ଧି ନିର୍ବାଚିତ ହୋଇଛନ୍ତି | ଏକଜିକ୍ୟୁଟିଭ ବଡି ମେମ୍ବର ଭାବେ ରବିନାରାୟଣ ମିଶ୍ର, ସୁଶିଲ୍ କୁମାର ରଥ, ଶୁଭେନ୍ଦୁ ପଟ୍ଟନାୟକ, ପବିତ୍ର କୁମାର ବଳିଆରସିଂ,ଋଷିକୁଲ୍ୟା ସାମନ୍ତରାୟ, ସୌଭାଗ୍ୟ କୁମାର ସୁନ୍ଦରାୟ ମନୋନୀତ ହୋଇଛନ୍ତି | ନିର୍ବାଚନ ଅଧିକାରୀ ଅକ୍ଷାଂଶୁ ଶେଖର ନାୟକ ଏବଂ ସହ ନିର୍ବାଚନ ଅଧିକାରୀ ସୁବIଶିନୀ ମହାରଥୀ ନିର୍ବାଚନ ପରିଚାଳନା କରିଥିଲେ | ଜଟଣୀ ବାର୍ ଆସୋସିଏସନର ଉନ୍ନତି ମୂଳକ କାର୍ଯ୍ୟ ଖୁବଶିଘ୍ର ଆରମ୍ଭ କରାଯିବ ସହ ଜନସାଧାରଣ କିପରି ସୁରୁଖୁରୁରେ ନ୍ୟାୟ ପାଇବେ ସେ ଦିଗରେ ଦୃଷ୍ଟି ଦେବେ ବୋଲି କହିଛନ୍ତି ନୂତନ ସମ୍ପାଦକ ବିଜୟ କୁମାର ମହାପାତ୍ର |