ମହିଳାମାନଙ୍କ ପାଇଁ ରହିଥିବା ଆଇନ ସମ୍ପର୍କରେ ସଚେତନ କରିବାକୁ ଆଜି ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ପରାମର୍ଶ କ୍ରମେ କେନ୍ଦ୍ରାପଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟରତ ମହିଳାମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବିଶେଷକରି ହାଇସ୍କୁଲର ଶିକ୍ଷୟତ୍ରୀ, ମହିଳା ପୋଲିସ କର୍ମଚାରୀମାନଙ୍କୁ ସଚେତନ କରାଯାଇଛି । ଏହି ଶିବିରକୁ କେନ୍ଦ୍ରାପଡା ଜିଲ୍ଲା ଜଜ୍ ଗୋପାଳ ଚନ୍ଦ୍ର ବେହେରା ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବରିଷ୍ଠ ବିଚାରକମାନେ ଯୋଗଦେଇଥିଲେ । ବରିଷ୍ଠ ଆଡଭୋକେଟ୍ ଉଷା ଦାସ ଓ ସରକାରୀ ଓକିଲ ତମସା ପାତ୍ର ମହିଳାମାନଙ୍କ ପାଇଁ ରହିଥିବା ଆଇନ ଓ ଏହାର ବ୍ୟବହାରିକ ଉପଯୋଗୀତା ସମ୍ପର୍କରେ ସୂଚନା ଦେଇଥିଲେ ।