ଜାଣନ୍ତୁ କେମିତି ହେବ ମାଟ୍ରିକ ପରୀକ୍ଷା ଫଳ ନିର୍ଦ୍ଧାରଣ ? #NNSODIA

ଜାଣନ୍ତୁ କେମିତି ହେବ ମାଟ୍ରିକ ପରୀକ୍ଷା ଫଳ ନିର୍ଦ୍ଧାରଣ ? #NNSODIA

Spread this article

ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର। ଚଳିତ ବର୍ଷ ଅଫଲାଇନରେ ହେବ ମାଟ୍ରିକ ପରୀକ୍ଷା | ଆସନ୍ତା ଏପ୍ରିଲ ମାସରେ ହେବ ପରୀକ୍ଷା । ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ’ ୬ ଯାଏଁ ଚାଲିବ ଏହି ପରୀକ୍ଷା । ତିନୋଟି ପଦ୍ଧତିରେ ହେବ ମୂଲ୍ୟ ନିର୍ଦ୍ଧାରଣ | ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ପ୍ରେସମିଟ କରି ଦେଇଛନ୍ତି ସୂଚନା ।

ରାଜ୍ୟରେ କମିଛି କରୋନା ମହାମାରୀ। ତେଣୁ ଅଫଲାଇନରେ ପରୀକ୍ଷା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ଶେଷ ସପ୍ତାହରେ ସମ୍ମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷା ସବୁ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ହେବ । ଯଥା ସମ୍ଭବ ନିଜ ନିଜ ସ୍କୁଲରେ ହେବ ମାଟ୍ରିକ ପରୀକ୍ଷା । ନିଜ ସ୍କୁଲରେ ପରୀକ୍ଷା ନ ହୋଇପାରିଲେ ନିକଟବର୍ତ୍ତୀ ସ୍କୁଲରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ ହେବେ ବୋଲି କହିଛନ୍ତି ସୁରେଶ ମହାପାତ୍ର ।

ତେବେ ଚାଲନ୍ତୁ ଜାଣିବା କେମିତି ହେବ ପରୀକ୍ଷା ଫଳ ନିର୍ଦ୍ଧାରଣ ? ତେବେ ଚଳତି ବର୍ଷ ମାଟ୍ରିକ ପରୀକ୍ଷାରେ ୩ଟି ପଦ୍ଧତିରେ ହେବ ପରୀକ୍ଷା ଫଳ ନିର୍ଦ୍ଧାରଣ । ଯେଉଁ ଆସେସମେଣ୍ଟରେ ସର୍ବାଧିକ ନମ୍ବର ଥିବ ତାହା ଚୂଡ଼ାନ୍ତ ହେବ ।

ପ୍ରଥମ ପଦ୍ଧତି- ସମ୍ମେଟିଭ୍ ଆସେସମେଣ୍ଟ-୧ ଓ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା । ଏହି ଦୁଇଟି ପରୀକ୍ଷା ମୂଲ୍ୟକୁ ଦୁଇ ଗୁଣା କରି ପରୀକ୍ଷା ଫଳ ପ୍ରକାଶ ପାଇବ ।

୨ୟ ପଦ୍ଧତି- ସମ୍ମେଟିଭ୍-୨ର ମାର୍କ ୨ ଗୁଣ କରି ହିସାବ କରାଯିବ।

୩ୟ ପଦ୍ଧତି- ଇଣ୍ଟରନାଲ ଆସେସମେଣ୍ଟରୁ ୨୦%, ସମ୍ମେଟିଭ-୧ରୁ ୩୦% ଓ ସମ୍ମେଟିଭ-୨ରୁ ୫୦% ନିଆଯାଇ ନମ୍ବର ହିସାବ କରାଯିବ| ଯେଉଁ ଆସେସମେଣ୍ଟରେ ଛାତ୍ରଛାତ୍ରୀଙ୍କୀ ସର୍ବାଧିକ ମାର୍କ ଥିବ, ତାହା ଚୂଡାନ୍ତ ହେବ ।

ଏନ ଏନ ଏସ ଓଡ଼ିଆ ପ୍ରମୁଖ ଖବର ରାଜ୍ୟ ଶିକ୍ଷା ଓ ନିଯୁକ୍ତି