କରୋନା ପରେ ଚିନ୍ତା ବଢ଼ାଇଲା ‘ମଙ୍କିପକ୍ସ’

କରୋନା ପରେ ଚିନ୍ତା ବଢ଼ାଇଲା ‘ମଙ୍କିପକ୍ସ’

Spread this article

ବ୍ରିଟେନ ପରେ ‘ମଙ୍କିପକ୍ସ’ ଜାଲରେ ପ୍ରଥମ ଆମେରିକୀୟ

ବିଶ୍ୱରେ କରୋନା ଭାଇରସ ସମ୍ପୂର୍ଣ୍ଣ ଲୋପ ପାଇନଥିବା ବେଳେ ପୁଣି ଏକ ନୂଆ ଭାଇରସ ଆତଙ୍କ ସୃଷ୍ଟି କରିଛି। | ପୁଣି ଲୋକଙ୍କ ଚିନ୍ତା ବଢ଼ାଇଛି ‘ମଙ୍କିପକ୍ସ’ | ବ୍ରିଟେନ ପରେ ବର୍ତ୍ତମାନ ଏହାର ମାମଲା ଆମେରିକାରେ ଚିହ୍ନଟ ହୋଇଛି। ଆମେରିକାର ପ୍ରଥମ ଥର ପାଇଁ ଜଣେ ମଙ୍କିପକ୍ସ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ବ୍ୟକ୍ତି ଜଣକ ‘ମଙ୍କିପକ୍ସ’ ରୋଗରେ ପୀଡ଼ିତ ହୋଇଥିବା ଆମେରିକାର ଜନସ୍ୱାସ୍ଥ୍ୟ ବିଭାଗ ବୁଧବାର ନିଶ୍ଚିତ କରିଛି। ଏହି ବ୍ୟକ୍ତି ଜଣକ ନିକଟରେ କାନାଡା ଯାତ୍ରା କରିଥିଲେ। ରୋଗୀ ଜଣକ ଏବେ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ଭଲ ଅଛି । କିନ୍ତୁ ଏହି ରୋଗ କୋଭିଡ୍‌ ଭଳି ମାରାତ୍ମକ ନୁହଁ ବୋଲି ଆମେରିକା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଗତ ସପ୍ତାହରେ ଇୟୋରୋପ୍‌ର ଏକାଧିକ ‘ମଙ୍କିପକ୍ସ’ କେସ୍‌ ସାମ୍ନାକୁ ଆସିଛି। ଆମେରିକାର ରୋଗ ନିୟନ୍ତ୍ରକ ସେଣ୍ଟର ପକ୍ଷରୁ ଏହି ବିରଳ ରୋଗକୁ ଗୁରୁତର ଭାବେ ଗ୍ରହଣ କରାଯାଇଛି। ଏହି ରୋଗ ଯେପରି ଅନ୍ୟମାନଙ୍କୁ ନ ବ୍ୟାପେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ସେହି ବ୍ୟକ୍ତିଙ୍କ ସହ ଯୋଗାଯୋଗରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ରୋଗ ନିୟନ୍ତ୍ରକ ସେଣ୍ଟର ସ୍ଥାନୀୟ ସ୍ୱାସ୍ଥ୍ୟ ବୋର୍ଡ ସହିତ କାର୍ଯ୍ୟ କରୁଛି | ହେଲେଏହି ଭାଇରସ ଅଧିକ ବିପଜନକ ନଥିବା ଆମେରିକା ସ୍ୱାସ୍ଥ୍ୟ ବିବାଗ ପକ୍ଷରୁ କୁହାଯାଇଛି। ଦେହ ଅସୁସ୍ଥ ଅନୁଭବ ହେବା, ଜ୍ୱର ହେବା, ଦେହସାରା ଫଳି ଯାଇ ଦାଗ ହେବା, ମୁହଁରେ ଫଳିବା ଆଦି ଏହି ରୋଗର ଲକ୍ଷଣ। କାନାଡ଼ାରେ ୧୩ଟି ମଙ୍କିପକ୍ସ କେସ୍‌ ଚିହ୍ନଟ ହୋଇଛି ।

ତେବେ ଆସନ୍ତୁ ଜାଣିବା ‘ମଙ୍କିପକ୍ସ’ କଣ ?
‘ମଙ୍କିପକ୍ସ’ ଏକ ବିରଳ ତଥା ଗୁରୁତର ଭାଇରାଲ୍ ରୋଗ | ଯାହା ସାଧାରଣତଃ ଫ୍ଲୁ ଭଳି ଏକ ସଂକ୍ରାମକ ରୋଗ । ଏହା ମୁହଁ ଏବଂ ଶରୀରରେ ଫଳି ଯାଇ ଦାଗ ହୋଇଯାଇଥାଏ | ଏହି ସଂକ୍ରମଣ 2 ରୁ 4 ସପ୍ତାହ ପର୍ଯ୍ୟନ୍ତ ରହିଥାଏ | ଏହି ଜୀବାଣୁ ଲୋକଙ୍କ ମଧ୍ୟରେ ସହଜରେ ବିସ୍ତାର ହୁଏ ନାହିଁ, କିନ୍ତୁ ରୋଗୀ ଶରୀରର ତରଳ ପଦାର୍ଥ ଏବଂ ‘ମଙ୍କିପକ୍ସ’ ଘା ସଂସ୍ପର୍ଶରେ ଆସି ବିସ୍ତାର ହୋଇପାରେ |

ଅନ୍ୟପଟେ ପର୍ତ୍ତୁଗାଲ, ସ୍ପେନ୍‌ ଏବଂ ବ୍ରିଟେନ୍‌ର ଏକାଧିକ ମଙ୍କିପକ୍ସ ରୋଗ ଚିହ୍ନଟ ହୋଇଛି। ୟୁକେରେ ମେ’ ୬ ସୁଦ୍ଧା ୯ଟି ମଙ୍କିପକ୍ସ ରୋଗ ଚିହ୍ଟଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ତଥ୍ୟ ଜାରି କରାଯାଇଛି। ଅନ୍ୟପଟେ ସ୍ପେନ୍ ଓ ପର୍ତ୍ତୁଗାଲରେ ବୁଧବାର ୪୦ଟି ମଙ୍କିପକ୍ସ ମାମଲା ଚିହ୍ନଟ କରାଯାଇଛି।

ଏନ ଏନ ଏସ ଓଡ଼ିଆ ପ୍ରମୁଖ ଖବର ସମଗ୍ର ଦୁନିଆ ସ୍ବାସ୍ଥ୍ୟ