ଓମିକ୍ରନ ଆତଙ୍କରେ ସାରା ବିଶ୍ୱ ଥରହର । ବଢିବାରେ ଲାଗିଛି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା । ବିଶ୍ୱର ୩୮ଟି ଦେଶରେ ଆତଙ୍କ ଖେଳିଯାଇଥିବା କୋରୋନାର ଓମିକ୍ରୋନ୍ ଭ୍ୟାରିଆଣ୍ଟ ଭାରତୀୟଙ୍କ ଚିନ୍ତା ବଢାଇଛି। ମାତ୍ର 4 ଦିନରେ ଭାରତରେ 5ଟି ରାଜ୍ୟକୁ ବ୍ୟାପିଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର 5 ଟି ରାଜ୍ୟରେ 21 ଜଣ ରୋଗୀଙ୍କ ମଧ୍ୟରେ ଓମିକ୍ରନ୍ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। ରାଜସ୍ଥାନରେ 9, ମହାରାଷ୍ଟ୍ର 8, କର୍ଣ୍ଣାଟକ ୨, ଦିଲ୍ଲୀ ଏବଂ ଗୁଜୁରାଟରେ ଜଣେ ଜଣେ ବ୍ୟକ୍ତିଙ୍କଠାରେ ଓମିକ୍ରୋନ୍ ସଂକ୍ରମଣ ଦେଖିବାକୁ ମିଳିଛି । ଏହିପରି ଭାବେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଦେଖି କୋରୋନାର ତୃତୀୟ ଲହର ଆଶଙ୍କା ଦେଖାଦେଇଛି । ଓମିକ୍ରୋନ୍ ସଂକ୍ରମିତଙ୍କ ସମ୍ପର୍କରେ ଆସିଥିବା ଅନ୍ୟ ବ୍ୟକ୍ତିଙ୍କ ସମ୍ପର୍କରେ ଟ୍ରେସ କରାଯାଉଛି । ସବୁଠାରୁ ଚିନ୍ତାର ବିଷୟ ହେଲା ଓମିକ୍ରୋନ୍ ସଂକ୍ରମିତ ହୋଇଥିବା ଅଧିକାଂଶ ରୋଗୀ ଦୁଇ ଡୋଜ ଟୀକା ମଧ୍ୟ ନେଇଛନ୍ତି । ଅନ୍ୟପକ୍ଷରେ ଓଡିଶାରେ ଓମିକ୍ରୋନ ବିପଦ ବୃଦ୍ଧିପାଇଛି। ବେଙ୍ଗାଲୁରୁ ବାଟ ଦେଇ ରାଜ୍ୟକୁ ଘାତକ ଭ୍ୟାରିଆଣ୍ଟ ଓମିକ୍ରୋନ ରାଜ୍ୟରେ ପ୍ରବେଶ କରିବାର ଆଶଙ୍କ ରହିଛି। ଅନ୍ୟ ସହର ତୁଳାନାରେ ଓଡିଶା ଓ ବେଙ୍ଗାଲୁରୁ ମଧ୍ୟରେ ଅଧିକ ଯାତ୍ରୀ ଯାତାୟତ କରୁଛନ୍ତି। ଏଠାକୁ ୫ଟି ବିମାନ ଚାଲୁଛି। ତେଣୁ ବେଙ୍ଗାଲୁରୁରୁ ଆସୁଥିବା ଯାତ୍ରୀଙ୍କ ଉପରେ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ଗୁଜୁରାଟ, ମହାରାଷ୍ଟ୍ରକୁ ମଧ୍ୟ ଅଧିକ ଓଡିଆ ଯିବା ଆସିବା କରୁଛନ୍ତି।