ଚିକିତ୍ସା ଅବହେଳାରୁ ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ

ଚିକିତ୍ସା ଅବହେଳାରୁ ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ

Spread this article

ଫାର୍ମାସିଷ୍ଟ ଆମ ଝିଅକୁ ମାରିଦେଲେ | ଭୁଲ ଚିକିତ୍ସା ଯୋଗୁ ମୃତ୍ୟୁ ହେଲା ଝିଅର | ଏଭଳି ଅଭିଯୋଗ କରି ମୃତ ଝିଅର ପରିବାର ଲୋକେ ଫାର୍ମାସିଷ୍ଟଙ୍କ ହାତ ବାନ୍ଧି ରାଜରାସ୍ତାରେ ଚଲାଇ ଚଲାଇ ନେଲେ ଥାନାକୁ | ମନ ଶାନ୍ତି ହେଲା ନାହିଁ ରାସ୍ତା ସାରା ନିସ୍ତୁକ ମାଡ ମାରିଲେ | ପରେ ଫାର୍ମାସିଷ୍ଟଙ୍କୁ ନେଇ ଥାନାରେ ଜିମା ଦେଇଛନ୍ତି | ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ଥାନା ଅଂଚଳରେ ।

ମାଲକାନଗିରି ସଦର ବ୍ଲକ ଅନ୍ତ୍ରଗତ ଏମଭି-୪୪ ଗ୍ରାମର ବାସୁଦେବ ଵାଲାଙ୍କ ଝିଅ ବନ୍ଦନା ଵାଲାଙ୍କ ଦେହ ଅସୁସ୍ଥ ଥିଲା | ତାଙ୍କୁ ପରିବାର ଲୋକେ ସଦର ଡାକ୍ତରଖାନାର ଫାର୍ମାସିଷ୍ଟ ସଞ୍ଜୟ ବେହେରାଙ୍କ ନିକଟରେ ଚିକିତ୍ସା କରାଇଥିଲେ। ଝିଅଟିର ପେଟଲେଟ କମିଯାଇଛି କହି ୪ ଦିନ ଯାଏ ଚିକିତ୍ସା କରିଥିଲେ ଫାର୍ମାସିଷ୍ଟ । କିନ୍ତୁ କୌଣସି ସୁଫଳ ମିଳିପାରି ନଥିଲା | ମାଲକାନଗିରି ଜିଲ୍ଲା ସଦର ଡାକ୍ତରଖାନାରେ ଆଜି ଝିଅଟିର ମୃତ୍ୟୁ ଘଟିଥିଲା । ଫାର୍ମାସିଷ୍ଟ ଭୁଲ ଚିକିତ୍ସା କରି ଝିଅକୁ ମାରିଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଅପରପକ୍ଷରେ ଫାର୍ମାସିଷ୍ଟ ଜଣକ ସମସ୍ତ ବିଷୟକୁ ଭିତ୍ତିହୀନ କହିଛନ୍ତି। ମୃତ ଝିଅର ପରିବାର ଲୋକେ ଫାର୍ମାସିଷ୍ଟଙ୍କ ଘରକୁ ଆସି ତାଙ୍କ ପରିବାର ଲୋକଙ୍କୁ ବହୁତ ଗାଳିଗୁଲଜ କରିଥିଲେ। ଏହାସହ ଜଣେ କାର୍ଯ୍ୟରତ ଫାର୍ମାସିଷ୍ଟଙ୍କ ହାତ ବାନ୍ଧି ରାଜରାସ୍ତାରେ ଚଲେଇ ଚଲେଇ ଥାନାକୁ ଆଣିଥିଲେ। ଏହି ଦୃଶ୍ୟକୁ ସାଧାରଣରେ ବହୁତ ନିନ୍ଦା କରାଯାଇଛି।

ଅପରାଧ ଏନ ଏନ ଏସ ଓଡ଼ିଆ ରାଜ୍ୟ ସ୍ବାସ୍ଥ୍ୟ