ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ବିଧାୟକଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଥିବା ଟାଙ୍ଗୀ ବ୍ଲକ୍ ର ଟାଙ୍ଗୀ ଗ୍ରାମ କୁ ଏନ ଏ ସି ମାନ୍ୟତା ଦାବି ଏବେ ଜୋର ଧରିଛି। ଟାଙ୍ଗୀ ବିକାଶ ମଞ୍ଚର ର ଆବାହକ ସୁଶାନ୍ତ କୁମାର ସିଂ ଙ୍କ ଆହ୍ବାନରେ ଟାଙ୍ଗୀ ବିକାଶ ମଞ୍ଚ ଓ ଟାଙ୍ଗୀ ଗ୍ରାମବାସୀଙ୍କ ପକ୍ଷରୁ ଏକ ବିରାଟ ରାଲିର ଆୟୋଜନ କରା ଯାଇଥିଲା । ଟାଙ୍ଗୀ ଗ୍ରାମ ପରିକ୍ରମା କରିବା ପରେ ମାନ୍ୟବ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଟାଙ୍ଗୀ ବିଡ଼ିଓ ଙ୍କୁ ପ୍ରଦାନ କରା ଯାଇଛି । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ, ଯୁବଗୋଷ୍ଠୀ ଏବଂ ସମାଜ ସେବୀ ଙ୍କ ସମେତ ଶତାଧିକ ଗ୍ରାମବାସୀ ସାମିଲ ହୋଇଥିଲେ। ଆଗାମୀ ଦିନରେ ଏହି ଦାବୀ ପୂରଣ ନ କରାଗଲେ ଦୀର୍ଘ ଦିନ ଧରି ଚାଲି ଆସିଥିବା ଏହି ଆନ୍ଦୋଳନ ଅଧିକ ତୀବ୍ରତର ହେବ ବୋଲି କୁହାଯାଇଛି ।
#NAC #TANGI #NNSODIA