ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଙ୍ଘ ଭାବେ ପରିଗଣିତ ହୋଇଥିବା ଟାଙ୍ଗି ମିଡ଼ିଆ ସେବା ସଙ୍ଘର ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କୁ ସମାଜସେବୀ ସଞ୍ଜୟ କୁମାର ପଟ୍ଟନାୟକ କରୋନା କୀଟ ପ୍ରଦାନ କରିଛନ୍ତି। କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ସାମ୍ବାଦିକ ମନେ ଯେଭଳି ସମାଜର ମଙ୍ଗଳ ନିମିନ୍ତ ସମାଜ ସେବାରେ ନିୟୋଜିତ ହେଉଛନ୍ତି ଏବଂ କରନା ଯୁଦ୍ଧରେ ଆଗ ଧାଡ଼ିର ଯୋଦ୍ଧା ହୋଇଥିବାରୁ ତାହାକୁ ଅନୁଧ୍ୟାନ କରି ସାମ୍ବାଦିକ ମାନେ ନିଜେ କିଭଳି ସୁରକ୍ଷିତ ରହିପାରିବେ ତାହାକୁ ଦୃଷ୍ଟିରେ ରଖି ଅନ୍ନପୂର୍ଣ୍ଣା ଫାଇନାନ୍ସ ର CEO ସଞ୍ଜୟ କୁମାର ପଟ୍ଟନାୟକ କରୋନା କୀଟ ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ଏହି କରନା ଯୁଦ୍ଧରେ ସାମ୍ବାଦିକ ମାନଙ୍କୁ ଆଗ ଧାଡ଼ିର ଯୋଦ୍ଧା ଭାବେ ଘୋଷଣା କଲେ,ମାତ୍ର ସାମ୍ବାଦିକ ମାନଙ୍କୁ କରନା କୀଟ ଟେ ଦେଲେନାହିଁ। ଠିକ ଏତିକି ବେଳେ ଖୋର୍ଦ୍ଧା ଜିଲ୍ଲାର ବରିଷ୍ଠ ସମାଜ ସେବୀ ସଞ୍ଜୟ କୁମାର ପଟ୍ଟନାୟକ ସାମ୍ବାଦିକମାନଙ୍କୁ କରନା କୀଟ ପ୍ରଧାନ କରିଥିବାରୁ ମିଡ଼ିଆ ସେବା ସଂଘ ସମସ୍ତ ସଦସ୍ୟ ଓ ଟାଙ୍ଗି ରିପୋର୍ଟରସ କ୍ଲବ ପକ୍ଷରୁ ସମାଜସେବୀ ସଞ୍ଜୟ କୁମାର ପଟ୍ଟନାୟକ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି।