ଜଗତପୁର ସାତବାଟିଆରୁ ଉଦ୍ଧାର ହୋଇଛି ହାତୀର ମୃତଦେହ । ଯେଉଁ ଗଜରାଜକୁ ଉଦ୍ଧାର କରିବା ପାଇଁ ମହାନଦୀର ମୁଣ୍ଡଳି ନିକଟରେ ଦୁଇ ଜଣଙ୍କ ଜୀବନ ଯାଇଥିଲା । ଗତ ରବିବାର ମୁଣ୍ଡଳି ଆନିକଟରେ ଦନ୍ତା ହାତୀର ମୃତ ଦେହଲାଗିଥିଲା। ସେଠାରୁ ହାତୀର ମୃତଦେହ ଉଦ୍ଧାର କରିବା ସମ୍ଭବ ନହେବାରୁ ବ୍ୟାରେଜର ଗେଟ୍ ଖୋଲିବା ପରେ ହାତୀଟି ଭାସି ଯାଇ ଜଗତପୁର ସାତବାଟିଆ ନିକଟରେ ଲାଗିଥିଲା। ୩ଟି ଡ଼ଙ୍ଗା ସାହାଯ୍ୟରେ ସ୍ଥାନୀୟ ଲୋକ ଓ ଅଗ୍ନିଶମ କର୍ମଚାରୀମାନେ ହାତୀକୁ କୂଳକୁ ଅଣି ବ୍ୟବେଚ୍ଛେଦ ପରେ ହାତୀର ମୃତଦେହକୁ ପୋତା ଯାଇଛି। ହାତୀର ଦୁଇଟି ଦାନ୍ତ ବନ ବିଭାଗ କାଟି ରଖିଛନ୍ତି।
#OperationGajraj #jagatpur #NNSODIA