କଟକ ଜିଲ୍ଲା ଟାଙ୍ଗି ଥାନା ହରିଅନ୍ତା ପଚାୟତ ଅନ୍ତର୍ଗତ ବିଲ ତେରୁଆଁ ଗ୍ରାମର ହୁଡା ସାହିରେ ପୁଣି ନିଆଁ ଲାଗି ୨ ବଖରା ଘର ପୋଡି ପାଉଁସ ହୋଇଗଲା। ଗତ କାଲି ବିଳମ୍ବିତ ରାତିରେ ହୁଡା ସାହିର ପଦନ ଜେନାଙ୍କ ପରିବାର ଘରେ ସୋଇଥିବା ଅବସ୍ଥାରେ ନିଆଁ ଲାଗିଯାଇଥିଲା । ଜୀବନ ବଞ୍ଚାଇବା ପାଇଁ ପ୍ରାଣ ବିକଳରେ ସମସ୍ତେ ବାହାରକୁ ଚାଲି ଆସିଥିଲେ । ଗ୍ରାମବାସୀ ପାଟି ଶୁଣି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ପରେ ନିଆଁ ଲାଗିବା ଖବର ଚୌଦ୍ଵାର ଦମକଳ କେନ୍ଦ୍ରକୁ ମଧ୍ୟ ଖବର ଦେଇଥିଲେ ।ଚୌଦ୍ଵାର ଅଗ୍ନିଶମ ବିଭାଗ କର୍ମଚାରୀ ଓ ଗ୍ରାମବାସୀଙ୍କ ସତଚେଷ୍ଟା ପରେ ମଧ୍ୟ ଘରର ସମସ୍ତ ଆସବା ପତ୍ର , , ଧାନ ,ଚାଉଳ , ଲୁଗାପଟା ସହ ପିଲା ମାନଙ୍କର ବହି ସବୁ ପୋଡି ପାଉଁସ ହୋଇଯାଇଥିଲା । ତେବେ ୩ ଦିନ ତଳେ ଏହି ଘର ପାର୍ଶ୍ୱର ୪ ଟି ଚାଳଘର ପୋଡି ପାଉଁଶ ହୋଇଯାଇଥିଲା ।ପଦନ ଜେନାଙ୍କ ଘର ପୋଡି ପାଉଁଶ ହୋଇଯିବା ପରେ ଅସହାୟ ଅବସ୍ଥାରେ ପରିବାରର ସମସ୍ତ ବ୍ୟକ୍ତି ବାହାରେ ବସିଛନ୍ତି । ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ସାହାଯ୍ୟ ସହଯୋଗ ପହଂଚି ପାରିନାହିଁ । ତୁରନ୍ତ ଏହି ଅସହାୟ ଲୋକଙ୍କୁ ସାହାଯ୍ୟ ଯୋଗାଇଦେବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ଓ ପରିବାର ଲୋକ ।