ଜିଲ୍ଲା ସଦର ମହକୁମା ବୁଟିଗୁଡ଼ା ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ଘରଚଟିଆ ଦିବସ ପାଳିତ ହୋଇଯାଇଛି l କୁ. ଦୀପାରାଣୀ ନାୟକଙ୍କ ନେତୃତ୍ବରେ ତଥା ସଂଗଠନର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିନତି ପଡ଼ିଆମି (ଶିକ୍ଷକ) ମର୍କେଲ ଗୁଡା, ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ, ହଷ୍ଟେଲ ପରିଚାଳକ ଶ୍ରୀମତି ସଙ୍ଗୀତା ରାଣୀ ପାତ୍ର, କୁ. ପ୍ରତିଭା ଭୂମିଆ (ରାଜସ୍ବ ନୀରିକ୍ଷକ) କାଲିମେଳା, ରାମକୃଷ୍ଣ ଚୌଧୁରୀ, ସମ୍ପାଦକ, ଟିମ୍ ମାଲକାନଗିରି ସମେତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l ମୁଖ୍ୟ ଅତିଥି ପ୍ରତିଭା ଭୂମିଆ ଛାତ୍ରଛାତ୍ରୀଙ୍କୁ ପରିବେଶ ପ୍ରତି ଶ୍ରଦ୍ଧା ଭାବନା ରଖିବା ବୋଲି କହିଥିଲେ l ମୁଖ୍ୟ ବକ୍ତା ରାମକୃଷ୍ଣ ଚୌଧୁରୀ ପିଲାମାନଙ୍କୁ ଜୀବେ ଦୟା, ହିଂସା ପ୍ରତିହିଂସାରୁ ବିରତ ହେବା, ପଶୁପକ୍ଷୀ ଶିକାର ନ କରିବା, ଘରଚଟିଆ ଆମ ସମାଜ ପାଇଁ ନିତ୍ୟାନ୍ତ ଆବଶ୍ୟକ , ପରିବେଶ ସନ୍ତୁଳନ ରକ୍ଷା କରିବାରେ ଏହିସବୁ ଛୋଟ ଛୋଟ ପକ୍ଷୀ ମାନଙ୍କ କିଭଳି ଗୁରୁତ୍ଵ ଭୂମିକା ରହିଛି, ଏ ସମସ୍ତ ବିଷୟ ଉଦାହରଣ ଓ କାହାଣୀ ମାଧ୍ୟମରେ ବୁଝାଇଥିଲେ l ଦୀପା ଦିଦି ପିଲାଙ୍କୁ ପକ୍ଷୀ ବସା ତିଆରି, ଖାଦ୍ୟ ଦେବା, ଖରାଦିନେ ପାଣି ବ୍ୟବସ୍ଥା, ଅଧିକ ଅମଳ ନିମନ୍ତେ ରାସାୟନିକ ସାର ବ୍ୟବହାର କରି କିପରି ବିଷ ଯୁକ୍ତ ଶସ୍ୟ ଉତ୍ପାଦନ କରୁଛି, ଏହା କିପରି ପରିବେଶ ନଷ୍ଠ କରୁଛି। ନିଜେ ସଚେତନ ହେବା ସହ ଅନ୍ୟଙ୍କୁ ସଚେତନ କରାଇବା। ବାର୍ତ୍ତା ବାହକ ହେବା ପାଇଁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟ ପରିସର, ଛାତ୍ରାବାସ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ , ପୋଷ୍ଟ ଅଫିସ , ଦୈନିକ ପରିବା ବଜାର, ପକ୍ଷୀ ପ୍ରେମୀ ମାନଙ୍କ ଘରେ, ତଥା ଯେଉଁ ସମସ୍ତ ସ୍ଥାନରେ ଏହି ଘରଚଟିଆ ଚଢ଼େଇ ସମୂହ ଭାବେ ରହୁଛନ୍ତି, ସେହି ପ୍ରମୁଖ ସ୍ଥାନ ଗୁଡିକରେ କୃତ୍ରିମ ଘର, ଖାଇବା ପାତ୍ର, ପିଇବା ନିମନ୍ତେ ପାଣି ପ୍ରଭୁତି ବ୍ୟବସ୍ଥା ଗତ ଦିନ ମାନଙ୍କରେ ହୋଇଛି, ସେଗୁଡ଼ିକର ତଦାରଖ, ସଫେଇ, ଦାନା ପୂରଣ ପ୍ରଭୁତି ବ୍ୟବସ୍ଥା ସପ୍ତାହ ବ୍ୟାପୀ ଚାଲିବ ବୋଲି କହିଛନ୍ତି l ଏହି ଦାନା ପାତ୍ର, ଚଢ଼େଇ ବସା, ଜଳ ପାତ୍ର ପ୍ରଭୁତି ସୁଲଭ ମୂଲ୍ୟରେ ଟିମ୍ ସଂଗଠନ ତରଫରୁ ସମସ୍ତ ପକ୍ଷୀ ପ୍ରେମୀ ମାନଙ୍କୁ ଯୋଗାଇବା ନିମନ୍ତେ ଜିଲ୍ଲା ସଦର ମହକୁମାରେ ଏକ ଷ୍ଟଲ୍ ସପ୍ତାହ ବ୍ୟାପୀ ଚାଲିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି।
Plugin Install : Subscribe Push Notification need OneSignal plugin to be installed.