<h3>ଅସହ୍ୟ ତାତିରେ ହନ୍ତସନ୍ତ ହେଉଛି ମଣିଷ ସମେତ ଜୀବଜନ୍ତୁ । ନିଆଁ ଭଳି ଉତ୍ତପ୍ତ ଖରାରେ ଅଂଶୁଘାତ ହେବାର ମଧ୍ୟ ସମ୍ଭାବନା ଅଧିକ ବଢିଥାଏ । କେହି କେହି ଖରାକୁ ସହ୍ୟ କରିନପାରି ଅଂଶୁଘାତରେ ପୀଡିତ ହୋଇ ମୃତ୍ୟବରଣ ମଧ୍ୟ କରିଥାନ୍ତି । ଏମିିତି ପରିସ୍ଥିତିରେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ନିତାନ୍ତ ଆବଶ୍ୟକ ହୋଇପଡିଛି । ତେବେ ଆଜି ଆମେ ଆପଣମାନଙ୍କୁ କିଛି ସରଳ ଉପାୟ ସମ୍ପର୍କରେ କହିବୁ ଯାହାଦ୍ୱାରା ଆପଣମାନେ ଏଇ ଅସହ୍ୟ ଖରାରେ ବି ନିଜ ଶରୀରକୁ ହାୟଡ୍ରେଟେଡ ରଖିପାରିବେ । ତେବେ ଖରାକୁ ଦୃଷ୍ଟିରେ ରଖି ନିଜ ଖାଦ୍ୟପେୟରେ ଆପଣମାନେ ନିୟମିତ ଭାବେ ପାଣି, ନଡିଆ ପାଣି ଏବଂ ହର୍ବାଲ ଚାହା ପିଅନ୍ତୁ ଏହା ଆପଣଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ନିୟମିତ ଭାବେ ଭିଟାମିନ-ସି ଯୁକ୍ତ ଖାଦ୍ୟପଦାର୍ଥ ଖାଆନ୍ତୁ ଯେପରିକି, ସାଇଟ୍ରସ ଯୁକ୍ତ ଫଳ, ଷ୍ଟ୍ରବେରୀ ଓ ବେଲ ପେପର ବା କ୍ୟାପସିକମ୍ । ଏବଂ ଜିଙ୍କ ଯୁକ୍ତ ଖାଦ୍ୟପଦାର୍ଥ ବାଦାମ, ଗହମରେ ତିଆରି ହୋଇଥିବା ଖାଦ୍ୟ ଖାଆନ୍ତୁ । ଶେଷରେ ଗୋଟିଏ, କଥା ମନେ ରଖନ୍ତୁ ଯେ, ନିଜ ଶରୀରକୁ ସୁସ୍ଥ ରଖିବାକୁ ହେଲେ ଭଲ ନିଦଟିଏ ନିହାତି ଆବଶ୍ୟକ । ତେଣୁ ରାତିରେ ଭଲ ଭାବେ ଶୁଅନ୍ତୁ । ଯାହା ଦ୍ୱାରା ଆପଣ ସକାଳେ ସତେଜତା ଅନୁଭବ କରିବେ ।</h3>