କେନ୍ଦ୍ରସରକାର ଉଜ୍ୱଳା ଯୋଜନା ଅଧୀନରେ ଏଲପିଜି ସିଲିଣ୍ଡର ଉପରେ ସବସିଡି ବୃଦ୍ଧି । ଏଣିକି ସିଲିଣ୍ଡର୍ ପିଛା 300 ଟଙ୍କା ସବସିଡି ମିଳିବ। ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଅଧୀନରେ 9.6 କୋଟି ହିତାଧିକାରୀ ଏହି ସୁବିଧାର ଲାଭବାନ ହୋଇପାରିବେ। କ୍ୟାବିନେଟ ନିଷ୍ପତ୍ତି ପରେ ସିଲିଣ୍ଡର ପିଛା 300 ଟଙ୍କା ସବସିଡି ଘୋଷଣା କରାଯାଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି। ଉଜ୍ୱଳା ହିତାଧିକାରୀମାନେ ବର୍ତ୍ତମାନ 14.2 କିଲୋଗ୍ରାମ ଏଲପିଜି ସିଲିଣ୍ଡର ପାଇଁ 703 ଟଙ୍କା ଦେଉଥିବାବେଳେ ଏହାର ବଜାର ମୂଲ୍ୟ 903 ଟଙ୍କା ରହିଛି। କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତି ପରେ ସେମାନେ 603 ଟଙ୍କାରେ ସିଲିଣ୍ଡର ପାଇବେ।