ଜାହାଜରୁ କୋକେନ ଜବତ ଘଟଣାରେ ହାଇକୋର୍ଟଙ୍କ କଡା ଆଭିମୁଖ୍ୟ, ଏମ.ଭି ଦେବୀ ଜାହାଜକୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ । ପାରାଦ୍ୱୀପ ବନ୍ଦରରେ ଅଟକିଥିବା ଏମ.ଭି ଦେବୀ ଯାହଜ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ବର୍ଥ ଦେୟ ଏବଂ ଅନ୍ୟାନ୍ୟ ଶୁଳ୍କ ବାବଦୀୟ ମାମଲା ପ୍ରସଙ୍ଗରେ ହାଇକୋର୍ଟ ଏଭଳି ନିର୍ଦେଶ ଦେଇଛନ୍ତି । ଗତବର୍ଷ ନଭେମ୍ବର ୩୦ ତାରିଖ ରାତିରେ ଏହି ଜାହଜରୁ ୨୨ ପ୍ୟାକେଟ କୋକେନ ଜବତ ହୋଇଥିଲା । ତେବେ ଏମ ଭି ଦେବୀ ଜାହଜରୁ ପ୍ରାୟ ୭ କୋଟି ୯୫ ଲକ୍ଷ୍ୟ ଟଙ୍କାର ପ୍ରାପ୍ୟ ପାଇବାର ଅଛି ବୋଲି ଦାବି କରି ପାରାଦ୍ୱୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜ୍ଜୁ କରାଯାଇଥିଲା । ଆବେଦନାକାରୀ ଦର୍ଶାଇଥିଲେ କି, ବର୍ଥ ଭଡା, ଜରିମନା, ସୁଧ, ଆଇନଗତ ବ୍ୟୟ ଇତ୍ୟାଦିକୁ ମିଶାଇ ମୋଟ ୭ କୋଟି ୯୫ ଲକ୍ଷ ୪୭ ହଜାର ୧୭୦ ଟଙ୍କାର ଦେୟ ଏମ ଭି ଦେବୀ ଜାହଜ ଦେବାକଥା । ଯେଉଁଥିରେ ଖିଲାପ ହୋଇଥିବା ବେଳେ ସମ୍ପୃକ୍ତ ଜହାଜରୁ କୋକେନ ଜବତ ହୋଇଥିବା କଥା ମଧ୍ୟ ସ୍ପଷ୍ଟ ହୋଇଛି। ଯାହାକୁ ଆଧାର କରି ହାଇକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି, ଏମ ଭି ଦେବୀ ଜାହଜକୁ ତୁରନ୍ତ ଗିରଫ କରିବାଲାଗି ନିର୍ଦ୍ଦେଶ ହୋଇଛି । ପିଆଇସିଟି ପକ୍ଷରୁ ଆଗତ ମାମଲାର ଶୁଣାଣି ପରିପ୍ରେକ୍ଷୀରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଭି.ନରସିଂହ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ୨୧ ତାରିଖରେ ଜଷ୍ଟିସ୍ ନରସିଂହ ଏହି ଜାହାଜ ଗିରଫ ସଂକ୍ରାନ୍ତରେ ରୁଜୁ ଅନ୍ତରୀଣ ପିଟିସନ୍ ଉପରେ ଶୁଣାଣି ଆରମ୍ଭ କରିଥିଲେ । ମାତ୍ର ଦୁଇଦିନ ମଧ୍ୟରେ ଶୁଣାଣି ଶେଷ କରି ଏହି ରାୟ ପ୍ରକାଶ କରିଛନ୍ତି ।