<h3>ପୁରୀ, ୦୪/୦୫/୨୪: ପାର୍ଟି ନିର୍ବାଚନ ପ୍ରଚାର ପାଇଁ ଖର୍ଚ୍ଚ ନ ଦେବାରୁ ଟିକେଟ ଫେରାଇଲେ ପ୍ରାର୍ଥୀ । ପୁରୀ ଲୋକସଭା ପାଇଁ କଂଗ୍ରେସ ଦଳର ପ୍ରାର୍ଥୀ ହୋଇଥିବା ସୁଚରିତା ମହାନ୍ତି ଦଳ କୁ ଟିକେଟ ଫେରାଇ ଦେଇଛନ୍ତି। ସୁଚରିତା କଂଗ୍ରେସ ଦଳର ସାଧାରଣ ସମ୍ପାଦକ କେ ସି ଭେନୁଗୋପାଳ ଙ୍କୁ ମେଲରେ ଲେଖି ଜଣାଇ ଦେଇଛନ୍ତି। ଏଥି ସହିତ କଂଗ୍ରେସ ପାର୍ଟିର ଶୀର୍ଷ ନେତୃତ୍ଵକୁ ସେ ମଧ୍ୟ ଜଣାଇ ଦେଇଛନ୍ତି। ସୁଚରିତା ଉଲ୍ଲେଖ କରିଛନ୍ତି ସେ ଜଣେ ସାଧାରଣ କର୍ମଜୀବୀ ମହିଳା। ତାଙ୍କର ସୀମିତ ଆୟ ରହିଚି। ସେଥିପାଇଁ ସେ ନିର୍ବାଚନ ଲଢ଼ିବାକୁ ଅକ୍ଷମ। ଦଳ ତାଙ୍କୁ ନିର୍ବାଚନ ପ୍ରଚାର୍ ପାଇଁ ଆର୍ଥିକ ସହାୟତା ନ ଦେଲେ ସେ କିଭଳି ନିର୍ବାଚନ ଲଢ଼ିବେ ବୋଲି ପ୍ରଶ୍ନ କରିଛନ୍ତି ସୁଚରିତା। ସେ ଜଣେ କଂଗ୍ରେସ ବିଚାରଧାରା ର ବ୍ୟକ୍ତି। କଂଗ୍ରେସକୁ ସେ ବହୁତ୍ ଭଲ ପାଆନ୍ତି। କିନ୍ତୁ ବର୍ତ୍ତମାନ ସ୍ଥିତିରେ ବିନା ଆର୍ଥିକ ସହାୟତାରେ ସେ ନିର୍ବାଚନ ଲଢ଼ିବାକୁ ଅକ୍ଷମ। ସେହିପରି ପୁରୀ ଲୋକସଭା ଅଧୀନରେ ଥିବା ୭ ଟି ନିର୍ବାଚନ ମଣ୍ଡଳୀରେ ବହୁତ୍ ଦୁର୍ବଳ ପ୍ରାର୍ଥୀ ଦିଆଯାଇଛି। ଯାହା ଫଳରେ ସେ ନିର୍ବାଚନରେ ଲଢେଇ କରିବା ଆଶା କରି ପାରୁନାହାନ୍ତି। ଏଣୁ ଏହି ସବୁ ସ୍ଥିତି ଦେଖି ସେ ଦଳକୁ ଟିକେଟ ଫେରାଇବା ପାଈଁ ନିଷ୍ପତ୍ତି ନେଇଥିବା କହିଛନ୍ତି। ସୁଚରିତା ଗତ ଦୁଇ ଦିନ ତଳେ ଲୋକ ଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଆର୍ଥିକ ସହାୟତା ନିବେଦନ କରିଥିଲେ।ଏଥି ପାଇଁ ସେ ସୋସିଆଲ ମିଡିଆ ରେ କ୍ୟୁଆର କୋଡ ମଧ୍ୟଜାରୀ କରିଥଲେ। ହେଲେ ଏହା ଲୋକଙ୍କ ଦ୍ଵାରା ଗ୍ରହଣୀୟ ନ ହେବାରୁ ସେ ଟିକେଟ ଫେରାଇବା ନିଷ୍ପତ୍ତି ନେଇଥିବା ସୁଚରିତା କହିଛନ୍ତି ।</h3>