ବାଞ୍ଜିବାହାଲ : ଅବ୍ୟବସ୍ଥାର ଜଞ୍ଜିର କାଟି ବ୍ୟବସ୍ଥାକୁ ଯିବ, ଦୁଖ ଅପସରୀ ସୁଖ ଆଣିବ । ପିଲାଙ୍କ ଥାଳିରେ ଲଙ୍କା ଲେମ୍ବୁ ଲୁଣ ନୁହେଁ ଭାତ ସହ ତୁଣ ଯୋଗାଡ କରିବ, ବୃଦ୍ଧା ବାପା ମାଙ୍କ ମୁହଁରେ ହସ ଫୁଟାଇବାକୁ ପଥି ଯୋଗାଡ କରିବ । ଅଳ୍ପ ବୟସର କିଶୋରୀ ପତ୍ନୀର ଏ ଦୁଖଭରା ହାଡୁଆ ମୁହଁରେ ଚେନାଏ ହସ ଫୁଟାଇବ । କେତେ ସ୍ୱପ୍ନ ଦେଖିଥିଲା ସେ, ନିଜ ପାଇଁ ନୁହେଁ ବରଂ ସାମାଜିକ ବିଧି ବ୍ୟବସ୍ଥାରେ ତା ଉପରେ ଲଦି ଦିଆଯାଇଥିବା ପରିବାର ପାଇଁ । ଦାନା ପାଇଁ ଦାଦନ ଯାଇଥିଲେ । ଭାବିଥିଲେ ଦୁଇ ପଇସା ରୋଜଗାର କରି ବାପା ମାଙ୍କ ପେଟ ପୋଷିବେ । ହେଲେ ଏବେ ନିଜ ପରିବାର ପାଇଁ ପାଲଟି ଯାଇଚନ୍ତି ବୋଝ । ବାଞ୍ଜିବାହାଲ ଗାଁର ବନମାଳି ନାୟକ ଙ୍କ ଏକମାତ୍ର ପୁଅ ସୁମନ୍ତ ନାୟକ ।ଯାଇଥିଲେ ଆନ୍ଧ୍ରପ୍ରଦେଶ । ଆନ୍ଧ୍ରପ୍ରଦେଶର ବର୍ଦ୍ଧରାଜପୁରମ ର ଏକ ଚିଙ୍ଗୁଡି ଫାର୍ମରେ କାମ କରି ଘରକୁ ଦି ପଇସା ପଢାଉ ଥିଲେ । ସବୁକିଛି ଠିକ୍ ଠାକ ଚାଲିଥିଲା । ହେଲେ ହଠାତ ଦିନେ ଘେରି ରୁ ଅନ୍ୟ ଘେରି କୁ ଯିବା ବେଳେ ଚିଙ୍ଗୁଡି ଘେରି କଡରେ ଲାଗିଥିବା ଫ୍ୟାନ ପଙ୍ଖା ବାଜି କଟିଗଲା ଗୁପ୍ତାଙ୍ଗ ।
ଅଭାବି ଖଟିଖିଆ ବୃଦ୍ଧ ବାପ ମା ଦୁଇ ଜଣ କାମ କରି ଦୁଇ ପଇସା ଘରକୁ ଆଣୁଥିବା ବେଳେ ପୁଅର ଚିକିସôା ପାଇଁ ଟଙ୍କ ନିଅଁଟ ହେଉଛି । ଆଉ ଏବେ ଚିନ୍ତାରେ ଭାଙ୍ଗି ପଡିଛନ୍ତି ବାପା ମା ।
ତେବେ ଚିଙ୍ଗୁଡି ଫାର୍ମରେ ଦୁର୍ଘଟଣା ଘଟିବା ଫରେ ଫର୍ମର ମାଲିକ ଆନ୍ଧ୍ରପ୍ରଦେଶ ବିମାବରମ ଠାରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରି ପାଖାପାଖି ଦେଢ ଲ କ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବୁର୍ଲା ମେଡିକାଲକୁ ପଠାଇ ଥିଲେ । ବୁର୍ଲ୍ଲା ଡାକ୍ତର ଖାନାରେ ଏହି ଚିକିସôା ସୁବିଧା ନଥିବାରୁ ସୁମନ୍ତଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ନେଇଯିବା ପାଇଁ କହିଥିଲେ ଡାକ୍ତର । ଭୁବନେଶ୍ୱର ଏମ୍ସରେ ପ୍ରଥମ ଅସ୍ତ୍ରୋପ୍ରଚାର କରି ପୁଣିଥରେ ଦୁଇ ସପ୍ତାହ ପରେ ଆସିଲେ । ତେବେ ଦ୍ୱିତୀୟ ଅସ୍ତ୍ରୋପ୍ରଚାର ପାଇଁ ଡାକ୍ତର କହିଥିବା ବେଳେ ଅର୍ଥ ଅଭାବରୁ ହୋଇପାରୁନି ଅସ୍ତ୍ରୋପ୍ରଚାର । ଆଉ ସେଥିପାଇଁ ସାହାର୍ଯ୍ୟ ପାଇଁ ଏବେ ସରକାରଙ୍କୁ ଅନୁରୋଧ କରୁଛନ୍ତି ।