ଭୂମିକମ୍ପ ଝଟ୍କାରେ ଦୋହଲିଲା ଜାପାନ। ଗତକାଲିଠୁ ଆଜି ମଧ୍ୟରେ ଜାପାନରେ ପ୍ରାୟ ୧୫୫ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇ ସାରିଥିବା ବେଳେ ୮ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଶକ୍ତିଶାଳୀ ଭୂଂକପ ଝଟକା ପରେ ଜାପାନ ସରକାର ସୁନାମୀ ୱାର୍ଣ୍ଣିଂ ଜାରି କରିଛନ୍ତି।
ଗତକାଲି ୭.୫ ତିବ୍ରତାର ଭୂମିକମ୍ପରେ ଜାପାନା ଥରିବା ପରେ ସୁନାମୀ ଆଲର୍ଟ ଜାରି କରାଯାଇଛି। ଇତି ମଧ୍ୟରେ ୧୫୫ରୁ ଊର୍ଦ୍ଧ୍ୱ ଝଟକାରେ ଏହି ଦେଶ ଦୋହଲିଥିବା ବେଳେ ଅଧିକାଂଶର ତୀବ୍ରତା ରିକ୍ଟର ସ୍କେଲରେ ୬ ଉପରେ ଥିବା ଜାପାନ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ପ୍ରଳୟଙ୍କରୀ ଭୂମିକମ୍ପ ପରେ ଜାପାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ହୁ ହୁ ହୋଇ ମାଡ଼ି ଆସିଛି ସମୁଦ୍ର। ବଡ଼ ବଡ଼ କୋଠା, ରାସ୍ତା, କାର୍ -ସବୁ ଯାନବାହାନକୁ ଭସାଇ ନେଇଛି। ସୁନାମୀ ପରେ ଭୁସୁଡ଼ି ପଡ଼ିଛି କୋଠା, ଏକାଧିକ ଅଞ୍ଚଳରେ ନିଆଁ ଲାଗି ଯାଇଛି। ଏଦୃଶ୍ୟ ଦେଖିବାକୁ ଯେତେ ଭୟଙ୍କର, ସେତେ ହୃଦୟ ବିଦାରକ। ଏବେ ଯାଏଁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି
ଏମିତିକି ୫ ମିଟର ପର୍ଯ୍ୟନ୍ତ ପାଣିର ଜୁଆର ଉଠିବା ନେଇ ସତର୍କତା ଜାରି କରାଯାଇଛି । ଭୁମିକମ୍ପରୁ ଭୟଙ୍କର ଚିତ୍ର ସାମ୍ନାକୁ ଆସୁଛି । ସମୂଦ୍ରରେ ୧ ମିଟର ଢେଉ ଆସିବାରୁ ଶତାଧିକ ଘର ଭସାଇ ନେଇଛି । ଲୋକେ ଏବେ ଭୟଭୀତ ଅବସ୍ଥାରେ ଜୀବନ ବିତାଉଛନ୍ତି । ଭୂମିକମ୍ପ ଯୋଗୁଁ ଉତର କୋରିଆ, ଦକ୍ଷିଣ କୋରିଆ ଏବଂ ଋଷିଆର ପୂର୍ବାଂଚଳରେ ଥିବା ବ୍ଲାଡି-ଭୋଷ୍ଟକ ଏବଂ ନା-ଖୋଡକା ସହରରେ ସୁନାମୀ ସତର୍କତା ଜାରି କରାଯାଇଛି । ୩୨ ହଜାର ଘରର ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରୀ ବଢିବ ବୋଲି ଆଶଙ୍କା କରାଯାଉଛି । ।