ଭୁବନେଶ୍ବର : ରାଜ୍ୟରେ ବଢ଼ିଲା ବିଦ୍ୟୁତ ଦର। ୟୁନିଟ୍ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି। ବର୍ଦ୍ଧିତ ବିଦ୍ୟୁତ ଦର ପ୍ରସ୍ତାବକୁ ଓଇଆର୍ସିଙ୍କ ଅନୁମୋଦନ। ଏପ୍ରିଲ ୪ରୁ ଲାଗୁ ହୋଇପାରେ ବର୍ଦ୍ଧିତ ବିଦ୍ୟୁତ୍ ଦର। ସୂଚନାଯୋଗ୍ୟ ଯେ, ୨୦୨୧-୨୨ ବର୍ଷର ବିଦ୍ୟୁତ ଦର ନିର୍ଦ୍ଧାରଣ ପାଇଁ ଗତ ଫେବ୍ରୁଆରୀ ୫ତାରିଖଠୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗରେ ଶୁଣାଣି ଆରମ୍ଭ ହୋଇଥିଲା । ଦୁଇ ବିଦ୍ୟୁତ ଉତ୍ପାଦନ ସଂସ୍ଥା ଓପିଜିସି ଓ ଓଏଚ୍ପିସି ଶୁଣାଣିରେ ଭାଗନେଇ ଟାରିଫ୍ ବୃଦ୍ଧି ପାଇଁ ଯୁକ୍ତି ଉପସ୍ଥାପନ କରିଥିଲେ । ଓପିଜିସି ଚାରି ପଇସା ବୃଦ୍ଧି ପାଇଁ ଦାବି କରିଥିବା ବେଳେ ଓଏଚ୍ପିସି ପାଖାପାଖି ୨ ଟଙ୍କା ୬୭ ପଇସା ଦାବି କରିଥିଲେ । ସେପଟେ ବିଦ୍ୟୁତ୍ ଦର ବୃଦ୍ଧି ପ୍ରସ୍ତାବକୁ ବିରୋଧ କରିଥିଲା ବିଦ୍ୟୁତ ଓଡ଼ିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ । ନିଜ ଅପାରଗତାକୁ ଲୁଚାଇ ଲୋକଙ୍କ ଉପରେ ବୋଝ ଲଦିବା ପାଇଁ ଉତ୍ପାଦନ କମ୍ପାନୀ ଉଦ୍ୟମ କରୁଥିଲେ । ଟାରିଫ୍ ବୃଦ୍ଧି ହେଲେ ବିରୋଧ କରାଯିବ ବାଲି ମହାସଂଘର ଆବାହକ ରବି ବେହେରା କହିଥିଲେ। ଉଲ୍ଲେଖଯୋଗ୍ୟ ବିଦ୍ୟୁତ୍ ଦର ନେଇ ୫ରୁ ଆରମ୍ଭ ହୋଇଥିବା ଶୁଣାଣି ୧୯ ତାରିଖ ଯାଏ ଚାଲିଥିଲା ।