‘ରୋଡ ରେଜ’ ମାମଲାରେ ନବଜୋତ ସିିଂହ ସିଦ୍ଧୁଙ୍କୁ ୧ ବର୍ଷ ଜେଲ ସିଦ୍ଧୁଙ୍କୁ ଜେଲ

‘ରୋଡ ରେଜ’ ମାମଲାରେ ନବଜୋତ ସିିଂହ ସିଦ୍ଧୁଙ୍କୁ ୧ ବର୍ଷ ଜେଲ ସିଦ୍ଧୁଙ୍କୁ ଜେଲ

Spread this article

କଂଗ୍ରେସକୁ ପୁଣି ଏକ ଝଟକା | କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ୧ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ସୁପ୍ରିମକୋର୍ଟ । ବର୍ଷେ ପାଇଁ ଜେଲ୍‌ ଯିବେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ। ୩୪ ବର୍ଷ ପୁରୁଣା ଏକ ପାର୍କିଂକୁ ନେଇ ଦାଦାଗିରି ମାମଲାରେ ସିଦ୍ଧୁଙ୍କୁ ଜେଲଦଣ୍ଡ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ସୂଚନା ଥାଉ କି, ୧୯୮୮ରେ ସିଦ୍ଧୁ ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ଗାଡି ମଡାଇ ହତ୍ୟା କରିଥିଲେ । ହେଲେ କିଛି ବର୍ଷ ପୂର୍ବରୁ ଏହି ମାମଲାରେ ସିଦ୍ଧୁଙ୍କୁ ଆଶ୍ୱସ୍ଥିି ମିଳିଥିଲା । ହେଲେ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକର ପରିବାର ରିଭ୍ୟୁ ପିଟିସନ ଦାଖଲ କରିଥିଲେ । ଏହି ପିଟିସନ ଉପରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ରାୟ ଦେଇଛନ୍ତି ।

୧୯୮୮ରେ ପାର୍କିଂକୁ ନେଇ ବଚସାରୁ ଜଣେ ବୃଦ୍ଧଙ୍କୁ ଆକ୍ରମଣ କରିଥିଲେ ସିଦ୍ଧୁ। ଏହାପରେ ସଂପୃକ୍ତ ବୃଦ୍ଧଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ସେହି ଦିନ କୋଟୱାଲି ପୋଲିସ ଷ୍ଟେସନରେ ସିଦ୍ଧୁ ଏବଂ ତାଙ୍କ ବନ୍ଧୁ ରୁପିନ୍ଦରଙ୍କ ବିରୋଧରେ ଦୋଷୀ ସାବ୍ୟସ୍ତ ହତ୍ୟା ମାମଲା ରୁଜୁ ହୋଇ ସେନସ୍ କୋର୍ଟରେ ମାମଲା ଚାଲିଥିଲା। ୧୯୯୯ରେ, ସେସନ୍ସ କୋର୍ଟ ଏହି ମାମଲାକୁ ଖାରଜ କରିଦେଇଥିଲେ । ୨୦୦୨ରେ ପଞ୍ଜାବ ସରକାର ସିଦ୍ଧୁଙ୍କ ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ । ଏହି ସମୟରେ ସିଦ୍ଧୁ ରାଜନୀତିରେ ପ୍ରବେଶ କରିଥିଲେ । ୨୦୦୬ ମସିହାରେ ପଞ୍ଜାବ ହାଇକୋର୍ଟ ଶୁଣାଣି କରି ସିଦ୍ଧୁ ଓ ତାଙ୍କ ବନ୍ଧୁଙ୍କୁ ୩ ବର୍ଷ ଲେଖାଏଁ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ପ୍ରସଙ୍ଗରେ ବିରୋଧୀ ସିଦ୍ଧୁଙ୍କୁ ଘେରିବା ପରେ ସେ ଲୋକସଭାରୁ ଇସ୍ତଫା ଦେଇଥିଲେ । ଏହାପରେ ହାଇକୋର୍ଟଙ୍କ ରାୟକୁ ସିଦ୍ଧୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ସିଦ୍ଧୁଙ୍କର ଓକିଲ ଥିଲେ ସ୍ୱର୍ଗତ ବିଜେପି ନେତା ଅରୁଣ ଜେଟଲୀ |

ଏନ ଏନ ଏସ ଓଡ଼ିଆ ଜାତୀୟ ପ୍ରମୁଖ ଖବର ରାଜନୀତି