ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ବିପୁଳ ବିଜୟ ହାସଲ କରିଛି | ନିର୍ବାଚନରେ ଆପ୍ ୯୨ ଟି ଆସନ ଜିତି ସୃଷ୍ଟି କରିଛି ଇତିହାସ। ଗତକାଲି ଭଗବନ୍ତ ମାନ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ | ସରକାର ଗଠନ ସହିତ ଆମ୍ ଆଦମୀ ପାର୍ଟି ଆଉ ଏକ ଇତିହାସ ରଚିବାକୁ ଯାଉଛି। ଆମ୍ ଆଦମୀ ପାର୍ଟିର ବିଧାୟିକା ସରବଜିତ୍ କୌର ପଞ୍ଜାବର ପ୍ରଥମ ମହିଳା ସ୍ପିକର ହୋଇପାରନ୍ତି। ତେବେ ବାଚସ୍ପତି ହେବା ଦୌଡ଼ରେ ବଲଜିନ୍ଦର କୌରଙ୍କ ନାମ ମଧ୍ୟ ରହିଛି | ଆମ ଆଦମୀ ପାର୍ଟି ମହିଳା ବିଧାୟକଙ୍କୁ ହିଁ ପଞ୍ଜାବର ପରବର୍ତ୍ତୀ ବାଚସ୍ପତି କରିବା ଟା ନିଶ୍ଚିତ ବୋଲି ଆଲୋଚନା ହେଉଛି | ତେବେ ପଞ୍ଜାବ ବିଧାନସଭା ଇତିହାସରେ ଏ ପର୍ଯ୍ୟନ୍ତ କୌଣସି ମହିଳା ବିଧାୟକଙ୍କୁ ବାଚସ୍ପତି ହେବାର ସୁଯୋଗ ମିଳିନାହିଁ।
ଦିଲ୍ଲୀରେ ଆମ୍ ଆଦମୀ ଦଳର ନେତାମାନେ ପଞ୍ଜାବ ବିଧାନସଭା ବାଚସ୍ପତିଙ୍କ ନାମ ଉପରେ ଆଲୋଚନା କରିଥିଲେ। ମିଡ଼ିଆ ରିପୋର୍ଟ ଅନୁଯାୟୀ ପଞ୍ଜାବ ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବା ପାଇଁ ସରବଜିତ୍ କୌରଙ୍କ ନାମ ସବୁଠାରୁ ଆଗରେ ରହିଛି । ଯଦିଓ ସରବଜିତ୍ କୌରଙ୍କ ନାମ ଏ ପର୍ଯ୍ୟନ୍ତ ଦଳ ପକ୍ଷରୁ ଚୂଡାନ୍ତ ହୋଇନାହିଁ | ବଲଜିନ୍ଦର କୌରଙ୍କ ନାମକୁ ମଧ୍ୟ ବିଚାର କରୁଛି ଦଳ ।
ଆମ୍ ଆଦମୀ ପାର୍ଟି କ୍ୟାବିନେଟ୍ ଗଠନ କରିବାରେ କୌଣସି ତତ୍ପରତା ପ୍ରକାଶ କରିବାକୁ ଚାହୁଁ ନାହିଁ | ଆମ୍ ଆଦମୀ ପାର୍ଟି ଏହା ସ୍ପଷ୍ଟ କରିସାରିଛି ଯେ ମାର୍ଚ୍ଚ 16 ରେ କେବଳ ଭଗବନ୍ତ ମାନ ସିଏମ ଭାବରେ ଶପଥ ଗ୍ରହଣ କରିବେ। ପରେ ପଞ୍ଜାବ ସରକାରଙ୍କ ନୂତନ କ୍ୟାବିନେଟ ଗଠନ ହେବ।