ଜାଣନ୍ତୁ ହତ୍ୟା ଉଦ୍ୟମକୁ କିଏ କରୁଛି ବିଫଳ !

ଜାଣନ୍ତୁ ହତ୍ୟା ଉଦ୍ୟମକୁ କିଏ କରୁଛି ବିଫଳ !

Spread this article

ୟୁକ୍ରେନ ଉପରେ ଦମନଲୀଳା ଚଳାଇଛି ଋଷ | ଚାଲିଛି ଜୋରଦାର ଲଢେଇ | ଆଜି ନବମ ଦିନରେ ପହଂଚିଛି ଯୁଦ୍ଧ | ହେଲେ ଥମିବାର ନାଁ ଧରୁନି | ଏଭଳି ସଙ୍କଟପୂର୍ଣ୍ଣ ପରିସ୍ଥିତିରେ ଟାଇମ୍ସ ଅଫ୍ ଲଣ୍ଡନରେ ପ୍ରକାଶିତ ଏକ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଯୁଦ୍ଧ ଆରମ୍ଭ ହେବାର ଏକ ସପ୍ତାହ ମଧ୍ୟରେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ 3 ଥର ହତ୍ୟା ଉଦ୍ୟମ କରାଯାଇଛି | କିନ୍ତୁ ପ୍ରତ୍ୟେକ ଥର ଏହି ଉଦ୍ୟମ ବିଫଳ ହୋଇଛି |

ଚାଲନ୍ତୁ ଜାଣିବା ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ହତ୍ୟା ଉଦ୍ୟମକୁ କିଏ କରୁଛି ବିଫଳ !

ରିପୋର୍ଟ ଅନୁଯାୟୀ, ଜେଲେନସ୍କିଙ୍କୁ ହତ୍ୟା ଉଦ୍ୟମ ବିଫଳ ହେବାର କାରଣ ହେଲା ଯୁଦ୍ଧକୁ ବିରୋଧ କରୁଥିବା ଋଷବାସୀ ଏହି ଆକ୍ରମଣ ବିଷୟରେ ୟୁକ୍ରେନ ସରକାରୀ ଅଧିକାରୀଙ୍କୁ ଆଗୁଆ ସୂଚନା ଦେଇଦେଉଛନ୍ତି । ଋଷର କିଛି ଗୁପ୍ତଚର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୋଜନାକୁ ସଫଳ ହେବାକୁ ଚାହୁଁନାହାଁନ୍ତି। ଏହି କାରଣରୁ, ଗୁପ୍ତଚରମାନେ ଜେଲେନସ୍କିଙ୍କୁ ହତ୍ୟା କରିବାର ସମ୍ପୂର୍ଣ୍ଣ ଯୋଜନା ବିଷୟରେ ୟୁକ୍ରେନ କର୍ତ୍ତୃପକ୍ଷଙ୍କୁ ଆଗୁଆ କହି ଦେଇଥିଲେ।

ଏହା ପୂର୍ବରୁ ଡେଲି ମେଲରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ଆଫ୍ରିକାରୁ 400 ଭଡାଟିଆ ଋଷ ସୈନିକଙ୍କୁ ପଠାଯାଇଥିଲା କିବ । ଜେଲେନସ୍କି ଏବଂ ଅନ୍ୟ 23 ଜଣ ସରକାରୀ ଅଧିକାରୀଙ୍କୁ ହତ୍ୟା କରିବା ପାଇଁ ପୁଟିନ ୱାଗନର୍ ଗ୍ରୁପ୍ ନାମକ ଏକ ଘରୋଇ ମିଲିସିଆକୁ ୟୁକ୍ରେନକୁ ପଠାଇଥିଲେ।ମସ୍କୋକୁ ଏହାର ପୂର୍ବ ୟୁରୋପୀୟ ପଡୋଶୀ ଦେଶ ଉପରେ କବଜା କରିବା ଲକ୍ଷ୍ୟରେ ଏହି ଯୋଜନା ପ୍ରସ୍ତୁତ କରାଯାଇଥିଲା |

ଅପରାଧ ଏନ ଏନ ଏସ ଓଡ଼ିଆ ଚର୍ଚ୍ଚିତ ଖବର ଜାତୀୟ ସମଗ୍ର ଦୁନିଆ