ଥାନା ଭିତରେ ମହିଳାଙ୍କଠାରୁ ମାଲିସ ନେବା ଭିଡିଓ ଭାଇରାଲ ; ଚାକିରୀରୁ ନିଲମ୍ବିତ ହେଲେ ଇନସପେକ୍ଟର

ଥାନା ଭିତରେ ମହିଳାଙ୍କଠାରୁ ମାଲିସ ନେବା ଭିଡିଓ ଭାଇରାଲ ; ଚାକିରୀରୁ ନିଲମ୍ବିତ ହେଲେ ଇନସପେକ୍ଟର

Spread this article

ଥାନା ଭିତରେ ଚାଲିଛି ମାଲିସ। ଜଣେ ମହିଳାଙ୍କ ଦ୍ୱାରା ବଡି ମସାଜ କରାଉଛନ୍ତି ଜଣେ ରସିକିଆ ପୋଲିସ ବାବୁ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଭାଇରାଲ ହେବା ପରେ ଫସିଯାଇଛନ୍ତି ପୋଲିସ ବାବୁ | ଏଭଳି ଘୃଣ୍ୟ କାର୍ଯ୍ୟ ପାଇଁ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ବିହାରର ସହରସା ଜିଲ୍ଲାରୁ ଆସିଛି ଏଭଳି ଚିତ୍ର।

ସୂଚନା ଅନୁସାରେ ଥାନା ଅଧିକାରୀ ଜଣକ ହେଉଛନ୍ତି ଶଶିଭୂଷଣ ସିହ୍ନା । ହରସା ଜିଲ୍ଲା ନବହଟ୍ଟା ବ୍ଲକ ଅନ୍ତର୍ଗତ ଜଣେ ମହିଳା ପୁଅ ଜାମିନ ଆବେଦନ ପାଇଁ ଥାନାକୁ ଆସିଥିଲେ | ତାଙ୍କ ପୁଅକୁ ଜାମିନ ପ୍ରଦାନ ପାଇଁ ସେ ଥାନା ଅଧିକାରୀଙ୍କୁ ନେହୁରା ହୋଇଥିଲେ | ତାଙ୍କୁ ପ୍ରଥମେ ମସାଜ କଲେ ତାଙ୍କ ପୁଅ ଶୀଘ୍ର ଜାମିନ ପାଇଯିବ ବୋଲି ପୋଲିସ ବାବୁ ଜଣକ ମହିଳାଙ୍କୁ କହିଥିଲେ | ଫଳରେ ମହିଳା ଜଣକ ଅନ୍ୟ ଉପାୟ ନପାଇ ପୋଲିସ ଅଧିକାରୀଙ୍କୁ ତେଲ ମାଲିସ କରିଥିଲେ | ସେ ମାଲିସ ଖାଉଥିବା ବେଳେ ଏକ ରଶିରେ ତାଙ୍କ ୟୁନିଫର୍ମ ଟଙ୍ଗା ହୋଇଥିବା ଭିଡିଓରେ ଦେଖାଯାଉଛି । ତାଙ୍କ ସାମ୍ନାରେ ଆଉ ଜଣେ ମହିଳା ମଧ୍ୟ ବସିଥିବା ଦେଖିବାକୁ ମିଳିଛି ।

ଅପରାଧ ଏନ ଏନ ଏସ ଓଡ଼ିଆ ଜାତୀୟ ଭିଡ଼ିଓ ଗ୍ୟାଲେରି