ନୂଆଦିଲ୍ଲୀ,୦୭.୦୪.୨୦୨୩ (ଏନଏନଏସ ଓଡ଼ିଆ) : ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଉଛି କରୋନା ମାମଲା । ଶୁକ୍ରବାର ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୬ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛି। ପୂର୍ବରୁ ମିଳିଥିବା ନୂଆ ମାମଲା ତୁଳନାରେ ଏହା ପ୍ରାୟ ୧୩ ପ୍ରତିଶତ ଅଧିକ ରହିଛି। ୬ ହଜାର ପାର ହେବା ପରେ ଦେଶରେ କରୋନା ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୮,୩୦୩କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ଗୁରୁବାର ଦିନ ଦେଶରେ ୫,୩୩୫ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଥିଲା। କେରଳ, ଦିଲ୍ଲୀ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ହିମାଚଳ ପ୍ରଦେଶ, ହରିୟାଣା ଓ ଉତ୍ତର ପ୍ରଦେଶରେ ବଢୁଛି ସଂକ୍ରମଣ। କେବଳ କେରଳରେ ଦିନକରେ ୧୯ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲିଠାରୁ ୧୩ ପ୍ରତିଶତ ବଢ଼ିଥିଲା ଦୈନିକ ସଂକ୍ରମଣ। ଗୁରୁବାର ଦେଶରେ ୫ ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ। ଆଉ ୧୩ ଜୀବନ ନେଲା ମହାମାରୀ। ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। କର୍ଣ୍ଣାଟକରେ ୨, ମହାରାଷ୍ଟ୍ରରେ ୩ ଓ ରାଜସ୍ଥାନରେ ୨ ଜଣଙ୍କର ଜୀବନ ଯାଇଛି। ସେହିପରି ଦିଲ୍ଲୀ,ଗୁଜୁରାଟ , ହରିୟାଣା, ଜାମ୍ମୁ, ହିମାଚଳ ଏବଂ ପଞ୍ଜାବରେ ଜଣେ ଲେଖାଏଁ ରୋଗୀଙ୍କର ମୃତ୍ୟୁ ହୋଇଛି। ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୮ ହଜାର ପାର କରିଛି । ଆଜି କେନ୍ଦ୍ରସ୍ବାସ୍ଥ୍ୟ ମନ୍ତ୍ରୀ କୋରୋନା ସମ୍ପର୍କିତ ବୈଠକ କରିବେ। ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ରହିଛି।