ନାଗକୁ ମାରି ଦେବାରୁ ନାଗୁଣୀ ନେଉଛି ପ୍ରତିଶୋଧ; ଯୁବକଙ୍କୁ ୭ ଥର କାମୁଡିଲାଣି ସାପ #NNSODIA

ନାଗକୁ ମାରି ଦେବାରୁ ନାଗୁଣୀ ନେଉଛି ପ୍ରତିଶୋଧ; ଯୁବକଙ୍କୁ ୭ ଥର କାମୁଡିଲାଣି ସାପ #NNSODIA

Spread this article

ଆପଣ ସମସ୍ତେ ନାଗ ନାଗୁଣୀ କାହାଣୀ ଶୁଣିଥିବେ | ଫିଲ୍ମରେ ଦେଖିଥିବେ ଯେ, ଜଣେ ବ୍ୟକ୍ତି ଯଦି ନାଗ ସାପକୁ ମାରିଦିଏ, ତେବେ ନାଗୁଣୀ ସେହି ବ୍ୟକ୍ତିଙ୍କଠାରୁ ପ୍ରତିଶୋଧ ନ ନେବା ପର୍ଯ୍ୟନ୍ତ କିପରି ଶାନ୍ତିରେ ରହିପାରେ ନାହିଁ | ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ରାମପୁର ଜିଲ୍ଲାରେ | ନାଗ ସାପକୁ ମାରି ଦେବାରୁ ନାଗୁଣୀ ନେଉଛି ପ୍ରତିଶୋଧ | ଗତ ୬ ମାସ ମଧ୍ୟରେ ଜଣେ ଯୁବକଙ୍କୁ ୭ଥର କାମୁଡିଲାଣି ସାପ | ଏଭଳି ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି ରାମପୁର ଜିଲ୍ଲା ଥାନାସ୍ୱର ଅଞ୍ଚଳର ଜଣେ ଯୁବକ |

ସ୍ୱର ଥାନା ଅଧୀନ ମିର୍ଜାପୁର ଗାଁର ବାସିନ୍ଦା ହେଲେ ଏହସାନ ଅଲ୍ଲୀ | ସେ କହିଛନ୍ତି ଗତ ୬ ମାସ ପୂର୍ବେ ସେ ତାଙ୍କ ଚାଷ ଜମିରେ କାମ କରିବାକୁ ଯାଇଥିଲେ। ସେଠାରେ ଦୁଇଟି ସାପ ପରସ୍ପର ସହ ମିଶି ଖେଳୁଥିଲେ | କିନ୍ତୁ ସେ ଗୋଟେ ବାଡ଼ିରେ ଦୁଇଟି ସାପକୁ ମାରିବାରୁ ଗୋଟେ ସାପ ସେହିଠାରେ ମରିଯାଇଥିଲା | କିନ୍ତୁ ଅନ୍ୟ ସାପଟି ବଞ୍ଚି ଯାଇଥିଲା | ପରେ ଏହସାନ ଅଲ୍ଲୀ କାମ ସାରି ଘରକୁ ଫେରିଥିଲେ | କିନ୍ତୁ ସେବେଠାରୁ ତାଙ୍କୁ ଲଗାତାର ଭାବେ ସାପ କାମୁଡି ଆସୁଛି। ସେ ସାପ ମାରିବାର ସପ୍ତାହ ପରେ ତାଙ୍କୁ ପ୍ରଥମେ ସାପ କାମୁଡିଥିଲା | ଫଳରେ ସେ ଗୁରୁତର ହୋଇପଡିଥିଲେ | ଡାକ୍ତରଖାନାରେ ଚିକିତ୍ସା ହେବା ପରେ ସେ ସୁସ୍ଥ ହୋଇଥିଲେ | କିନ୍ତୁ ସେ ଏହାକୁ ଏତେ ଗୁରୁତ୍ୱ ଦେଇନଥିଲେ | ଏହାପରେ ମଧ୍ୟ ତାଙ୍କୁ ୬ ଥର ସାପ କାମୁଡିଲାଣି | ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଲା ଭିନ୍ନ ଭିନ୍ନ ସ୍ଥାନରେ ତାଙ୍କୁ ସାପ କାମୁଡୁଥିଲେ ମଧ୍ୟ ଗୋଟିଏ ସାପ ହିଁ ତାଙ୍କୁ କାମୁଡୁଥିବା ଏହସାନ ଅଲ୍ଲୀ କହିଛନ୍ତି | ଏବେ ସେ ପୂରା ଭୟଭୀତ ହୋଇପଡିଛନ୍ତି | ସାପ ଡରରେ ସେ ଘରୁ ବାହାରି ପାରୁନଥିବା କହିଛନ୍ତି |

ଅନ୍ୟାନ୍ୟ ଏନ ଏନ ଏସ ଓଡ଼ିଆ ଜାତୀୟ