ବିଶ୍ୱକପ ତଥା ଆଇପିଏଲରେ ବି ଖେଳିଛନ୍ତି #NNSODIA

ବିଶ୍ୱକପ ତଥା ଆଇପିଏଲରେ ବି ଖେଳିଛନ୍ତି #NNSODIA

Spread this article

ନାମିଦାମୀ କ୍ରିକେଟର | ବିଶ୍ୱକପ ତଥା ଆଇପିଏଲରେ ବି ଖେଳିଛନ୍ତି | ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କର ମଧ୍ୟ ସେ ଜଣେ ବନ୍ଧୁ | କିନ୍ତୁ ପେଟ ପାଇଁ ସବୁ ନାଟ | ପେଟ ପୋଷିବା ପାଇଁ ଆଜି ସେ କ୍ରିକେଟରରୁ ସାଜିଛନ୍ତି ବସ ଡ୍ରାଇଭର | ଏହି କ୍ରିକେଟର ଜଣକ ହେଲେ ଶ୍ରୀଲଙ୍କାର ସୁରଜ ରଣଦିବ ।

ଭାରତରେ ଖେଳାଯାଇଥିବା ୨୦୧୧ କ୍ରିକେଟ୍ ବିଶ୍ୱକପରେ ସୁରଜ ଶ୍ରୀଲଙ୍କା ଦଳ ତରଫରୁ ଖେଳିଥିଲେ ଜ୍ଝ ଏପରିକି ଧୋନିଙ୍କ ଅଧିନାୟକତ୍ୱରେ ସୁରଜ ଚେନ୍ନାଇ ସୁପର କିଙ୍ଗସ ପାଇଁ ମଧ୍ୟ ଖେଳିଛନ୍ତି। ୨୦୧୨ ମସିହାରେ ସିଏସକେ ପାଇଁ ଖେଳୁଥିବା ରଣଦିବ ୮ ଟି ମ୍ୟାଚରେ ୬ ଟି ୱିକେଟ୍ ନେଇଥିଲେ ଜ୍ଝ ଶ୍ରୀଲଙ୍କା ପାଇଁ କ୍ରିକେଟ୍ ଖେଳିଥିବା ସୁରଜ ଏବେ କ୍ରିକେଟରରୁ ସାଜିଛନ୍ତି ବସ୍ ଡ୍ରାଇଭର । ଶ୍ରୀଲଙ୍କାର ପୂର୍ବତନ ସ୍ପିନର ସୁରଜ ରଣଦିବ ୨୦୧୯ ମସିହାରେ ଅଷ୍ଟ୍ରେଲିଆ ଯାଇଥିଲେ | ସେଠାରେ ସେ ବସ୍ ଚଳାଇବା ସହିତ ଏକ ସ୍ଥାନୀୟ କ୍ଲବ ପାଇଁ ମଧ୍ୟ କ୍ରିକେଟ୍ ଖେଳୁଚ୍ଛନ୍ତି |

ଶ୍ରୀଲଙ୍କା କ୍ରିକେଟ୍ ବର୍ତ୍ତମାନ ସବୁଠାରୁ ଖରାପ ପରିସ୍ଥିତି ଦେଇ ଗତି କରୁଛି। ଅନେକ ଶ୍ରୀଲଙ୍କାର ଖେଳାଳି ଏବଂ ପୂର୍ବତନ କ୍ରିକେଟରମାନେ ବର୍ତ୍ତମାନ କ୍ରିକେଟ୍ ଖେଳ ଛାଡ଼ି ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ଥିବା ଦେଖିବାକୁ ମିଳିଛି |

ଏନ ଏନ ଏସ ଓଡ଼ିଆ କ୍ରୀଡ଼ା ଜାତୀୟ ସମଗ୍ର ଦୁନିଆ