ପୁଣି ଟେନସନ ବଢ଼ାଇଲା କରୋନା | ଭାରତରେ ପହଞ୍ଚିଲା କରୋନାର ନୂଆ ଭାରିଆଣ୍ଟ XE | ମୁମ୍ବାଇରେ କରୋନାର ନୂଆ ଭାରିଆଣ୍ଟ ଏକ୍ସଇ ଓ କପ୍ପାରେ ଜଣେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ଏକ୍ସଇ ଭାରିଆଣ୍ଟରେ ଏହା ପ୍ରଥମ ମାମଲା | ଜିନୋମ ସିକ୍ୱନସିଂ କ୍ରମରେ ମୋଟ ୩୭୬ଟି ନମୂନା ପରୀକ୍ଷା କରାଯାଇଥିଲା | ସେଥିରୁ ଜଣେ ଏକ୍ସଇ ଓ ଜଣେ କପ୍ପା ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ମୋଟ ୩୭୬ ନମୂନା ମଧ୍ୟରୁ ୨୩୦ ଟି ମୁମ୍ବାଇର ଥିଲା |
କରୋନାର ଏକ ନୂଆ ମ୍ୟୁଟାଣ୍ଟ ଭାରିଆଣ୍ଟ ଏକ୍ସଇ ଓମିକ୍ରନର ସବଭାରିଆଣ୍ଟ BA.2 ଅପେକ୍ଷା ପ୍ରାୟ 10 ପ୍ରତିଶତ ଅଧିକ ସଂକ୍ରାମକ ହୋଇପାରେ ବୋଲି କୁହାଯାଉଛି | ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ ଚିନ୍ତା ପ୍ରକଟ କରିଛି | ଏକ୍ସଇ ଭାରିଆଣ୍ଟ ପ୍ରଥମ ଥର ପାଇଁ ଜାନୁଆରୀ ୧୯ ତାରଖରେ ୟୁ.କେ ରେ ଚିହ୍ନଟ ହୋଇଥିଲା । ଏହାପରେ ଏକ୍ସଇ ଭାରିଆଣ୍ଟରେ ଏବେ ବିଶ୍ୱରେ ମୋଟ ୬୦୦ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ପ୍ରଥମରୁ ଲୋକମାନଙ୍କୁ ଦିଆଯାଇଥିବା କରୋନା ନିରୋଧୀ ଟିକା ଏହି ଭାରିଆଣ୍ଟ ଉପରେ ପ୍ରଭାବ ପକାଇପାରିବ କି ନାହିଁ ତାହା ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାଁନ୍ତି ।