ଦେଶ ପାଳୁଛି  ୭୪ତମ ସେନା ଦିବସ

ଦେଶ ପାଳୁଛି ୭୪ତମ ସେନା ଦିବସ

Spread this article

ଆଜି ହେଉଛି ‘ଆର୍ମି ଡେ’ ବା ସ୍ଥଳସେନା ଦିବସ । ଦେଶ ପାଳୁଛି ଗୌରବମୟ 74 ତମ ଆର୍ମି ଡେ । ପ୍ରତିବର୍ଷ ଜାନୁୟାରୀ 15 ତାରିଖକୁ ଏହି ଦିବସ ପାଳନ କରାଯାଇଥାଏ । ସୀମାରେ ମୁତୟନ ବୀର ଯବାନଙ୍କ ବୀରତ୍ବ, ଶୌର୍ଯ୍ୟ, ପରାକ୍ରମ, ଉତ୍ସର୍ଗ ଓ ବଳିଦାନକୁ ସମ୍ମାନ ଜଣାଇବାର ଦିନଟିଏ । ଭାରତୀୟ ସେନାର ଏକ ପ୍ରମୁଖ ଅଙ୍ଗ ହେଉଛି ସ୍ଥଳ ସେନା । ଯାହାର ମୋଟୋ ହେଉଛି ସେବା ପରମ ଧର୍ମ । ବ୍ରିଟିଶମାନଙ୍କଠାରୁ ମୁକ୍ତ ହେବା ପରେ ପ୍ରଥମ ଥର ପାଇଁ ଶେଷ ବ୍ରିଟିଶ କମାଣ୍ଡର ଜେନେରାଲ ସାର୍ ଫ୍ରାନ୍ସିସ୍ ବଚର୍ଙ୍କ ଠାରୁ ପ୍ରଥମ ଥର ପାଇଁ ଫିଲ୍ଡ ମାର୍ଶଲ କୋଦଣ୍ଡେରା ଏମ କାରିଆପା ଭାରତୀୟ ସେନାର ପ୍ରଥମ କମାଣ୍ଡର-ଇନ୍-ଚିଫ୍ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୪୯ ଜାନୁଆରୀ ୧୫ରେ ପ୍ରଥମ ଭାରତୀୟ ଭାବରେ ଏମ କାରିଆପା ଏହି ଦାୟିତ୍ୱ ନେଇଥିଲେ। ଭାରତ-ପାକିସ୍ଥନ କାର୍ଗିଲ ଯୁଦ୍ଧ ହେଉ ବା ସର୍ଜିକାଲ ଷ୍ଟ୍ରାଇକ ଭାରତୀୟ ସେନା ନିଜର ବୀରତ୍ଵ ଦେଖାଇ ଦେଶକୁ ସୁରକ୍ଷିତ ରଖି ଆସିଛି। ସମଗ୍ର ଦେଶ ଭାରତୀୟ ସେନାର ବୀରତ୍ୱ, ସେନାର ଅଦମ୍ୟ ସାହସ ଏବଂ ଦେଶ ପାଇଁ ସେନାର ବଳିଦାନକୁ ମନେ ରଖିଛି। ରାଜା ରାଜୁଡା କାଳରେ ନିଜ ରାଜ୍ୟକୁ ସୁରକ୍ଷିତ ରଖିବା ପାଇଁ ନିଜସ୍ବ ସୈନ୍ୟ ଶକ୍ତି ରଖୁଥିଲେ । ହେଲେ ପ୍ରଥମ ଥର 1776 ରେ ଦେଶରେ ବ୍ରିଟିଶ ସରକାର ତଥା ଇଷ୍ଟ ଇଣ୍ଡିଆ କମ୍ପାନୀ କୋଲକାତା ଠାରେ ସେନା ଗଠନ କରିଥିଲା । ପରେ ଏହାକୁ ବ୍ରିଟିଶ ଭାରତୀୟ ସେନା ଭାବେ ମାନ୍ୟତା ମିଳିଥିଲା । ଏହା ପରବର୍ତ୍ତୀ ସମୟରେ ଭାରତୀୟ ସ୍ଥଳସେନା ଭାବେ ମାନ୍ୟତା ପାଇଥିଲା ।

 

ଅନ୍ୟାନ୍ୟ ଏନ ଏନ ଏସ ଓଡ଼ିଆ ଜାତୀୟ ଭିଡ଼ିଓ ଗ୍ୟାଲେରି