ଢ଼ୋ କରି ହେଲା ଶବ୍ଦ | ଫାଟି ଗଲା ମୋବାଇଲ | ହଟାତ ହେଲା ବିସ୍ଫୋରଣ | ଜଳି ଉଠିଲା ଯୁବକଙ୍କ ପକେଟରେ ଥିବା ମୋବାଇଲ | ସେ କିଛି ବୁଝିବା ପୂର୍ବରୁ ଜଳିଗଲା ତାଙ୍କ ଗୋଡ | ସେହି ସମୟରେ ସେ ବାଇକ ଚଲାଉଥିବା ବେଳେ ଭାରସାମ୍ୟ ହରାଇ ପିଟି ହୋଇଗଲେ ଏକ ଟ୍ରକରେ | ଗୁରୁତର ଅବସ୍ଥାରେ ତାଙ୍କୁ ଭର୍ତି କରାଯାଇଛି ମେଡିକାଲରେ | ଏଭଳି ଘଟଣା ଦେଖିବାକୁ ମିଳିଛି ଟାଙ୍ଗି ଚୌଦ୍ୱାର ସ୍ଥିତ ବିଲ ତେରୁଆଁ ଗ୍ରାମରେ | ବିଲ ତେରୁଆଁ ଗ୍ରାମର କାନହୁ ଚନ୍ଦ୍ର ବେହେରା କୌଣସି ଏକ କାମରେ ବାଇକ ଯୋଗେ ଯାଉଥିଲେ | ଗତ ୬ ମାସ ତଳେ କିଣିଥିବା ଅପୋ ମୋବାଇଲ ତାଙ୍କ ପକେଟରେ ଥିଲା | ହଠାତ ତାଙ୍କ ପକେଟରେ ଥିବା ଫୋନଟି ବିସ୍ଫାରଣ ଘଟିଥିଲା | ଫଳରେ ଯୁବକ ଜଣକ ଭାରସମ୍ୟ ହରାଇ ଏକ ଟ୍ରକରେ ପିଟି ହୋଇଯାଇଥିଲେ | ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି |