ଦିଲ୍ଲୀରେ ବିଜୁଳି ସଙ୍କଟ; ବନ୍ଦ ହୋଇପାରେ ମାଗଣା ବିଦ୍ୟୁତ୍ ସବସିଡ୍

ଦିଲ୍ଲୀରେ ବିଜୁଳି ସଙ୍କଟ; ବନ୍ଦ ହୋଇପାରେ ମାଗଣା ବିଦ୍ୟୁତ୍ ସବସିଡ୍

Spread this article

ଦିଲ୍ଲୀରେ ଆଉ ମିଳିବନି ମାଗଣା ବିଜୁଳି | କୋଇଲା ଅଭାବରୁ ପ୍ରଭାବିତ ହୋଇଛି ବିଜୁଳି ଉତ୍ପାଦନ। ତେଣୁ ବନ୍ଦ ହୋଇପାରେ ଦିଲ୍ଲୀରେ ମାଗଣା ବିଦ୍ୟୁତ୍ ସବସିଡ୍ । ଏହି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ଆବାହକ ଅରବିନ୍ଦ କେଜ୍ରିୱାଲ। ଖୁବଶୀଘ୍ର କେଜ୍ରିୱାଲ ସରକାର ରାଜଧାନୀ ଦିଲ୍ଲୀରେ ୨ଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଉପରେ ପ୍ରତିବନ୍ଧକ ଲଗାଇ ପାରନ୍ତି । ଏହି ଘୋଷଣା ପରେ ଦିଲ୍ଲୀବାସୀଙ୍କୁ ଲାଗିଛି କେଜ୍ରିୱାଲଙ୍କ ୪୪୦ ଭୋଲଟ୍‌ ଝଟକା |

ରାଜଧାନୀ ଦିଲ୍ଲୀରେ ଆଉ ରିହାତି ଦରରେ ସମସ୍ତଙ୍କୁ ମଳିବନି ବିଜୁଳି। କେବଳ ରିହାତି ଆବଶ୍ୟକ କରୁଥିବା ଲୋକଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି କେଜ୍ରିୱାଲ କହିଛନ୍ତି । କେଜ୍ରିୱାଲ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ଯେ, ଅକ୍ଟୋବର ୧ରୁ ଏହା ବିଦ୍ୟୁତ୍ ସବସିଡି ବଦଳରେ ଲୋକଙ୍କୁ ଏକ ନୂଆ ବିକଳ୍ପ ଯୋଗାଇ ଦେବ ।

କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀରେ ବହୁ ଲୋକେ ମାଗଣା ବିଜୁଳି ବ୍ୟବହାର କରୁଛନ୍ତି। ଏଥିପାଇଁ ସରକାର ସେମାନଙ୍କୁ ମୁକ୍ତ ସବସିଡ ଦେଉଛନ୍ତି। ଏହି ଯୋଜନାକୁ ଦିଲ୍ଲୀବାସୀ ପ୍ରଂଶସା କରିଛନ୍ତି। କିନ୍ତୁ କିଛି ଲୋକେ ମୋତେ ଚିଠି ଲେଖି ସେମାନେ ବିଜୁଳି କିଣିବାକୁ ସକ୍ଷମ । ସେମାନେ ସବସିଡ ନେବାକୁ ରାଜି ନୁହନ୍ତି ବୋଲି ପ୍ରସ୍ତାବ ଦେଇଛନ୍ତି । ସେମାନେ କହିଛନ୍ତି ଯେ, ଆମେ ମାଗଣାରେ ବିଜୁଳି ନେବାକୁ ଚାହୁଁ ନାହୁଁ। ଆପଣ ଏହି ପଇସା ସ୍କୁଲ ଏବଂ ହସପିଟାଲରେ ଖର୍ଚ୍ଚ କରନ୍ତୁ ବୋଲି ସେମାନେ ପ୍ରସ୍ତାବ ଦେଇଛନ୍ତି । ତେଣୁ ପ୍ରଥମେ ସମସ୍ତଙ୍କ ମତାମତ ନିଆଯିବ ଯେ, ସେମାନେ ବିଦ୍ୟୁତ୍ ଉପରେ ସବସିଡି ଚାହୁଁଛନ୍ତି କି ନାହିଁ । ଯେଉଁମାନେ ବିଦ୍ୟୁତ୍ ସବସିଡି ଚାହୁଁଥିବେ ତାଙ୍କୁ ଦିଆଯିବ | ସୂଚନା ଥାଉକି, କେଜ୍ରିୱାଲ ସରକାର କ୍ଷମତାକୁ ଆସିବା ପରେ ଲୋକଙ୍କୁ ୨ଶହ ୟୁନିଟ ବିଦ୍ୟୁତ୍ ଏବଂ ଜଳ ମାଗଣାରେ ଯୋଗାଇ ଆସୁଛନ୍ତି ।

ଏନ ଏନ ଏସ ଓଡ଼ିଆ ଜାତୀୟ