ଭୁବନେଶ୍ୱର : ଜୁଲାଇ ୩୧ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ । ଏନେଇ ସୂଚନା ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜାନ ଦାସ । ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ ପ୍ରକାର ପାଇଁ ଆମକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ସେହି ଅନୁସାରେ ଆମେ ୩୧ ସୁଦ୍ଧା ଫଳ ବାହାର କରିବାକୁ ଆମେ ଚେଷ୍ଟା କରୁଛୁ । ନହେଲେ ଅତିବେଶୀରେ ଆଉ ଦିନେ ଦୁଇ ଦିନ ଲାଗିପାରେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଦାଶ ଆହୁରି କହିଛନ୍ତି, ମୁଁ ଆଶାବାଦୀ ଯେ ଆମେ ଜୁଲାଇ ୩୧ ଭିତରେ ରେଜଲ୍ଟ ପ୍ରକାଶ କରି ଦେବୁ। ଯଦି କିଛି ସମସ୍ୟା ହେଲା, ତା’ହେଲେ ଦିନେ ଦୁଇ ଦିନ ବିଳମ୍ବ ହୋଇପାରେ।
କରୋନା ଯୋଗୁ ଏଥର ମାଟ୍ରିକ୍ ଭଳି ଯୁକ୍ତ ଦୁଇର ମଧ୍ୟ ପରୀକ୍ଷା ହୋଇନାହିଁ। ମାଟ୍ରିକ୍ ଭଳି ବିକଳ୍ପ ବ୍ୟବସ୍ଥା ଯୋଗେ ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ କରାଯିବ। ସୂଚନାଯୋଗ୍ୟ, ଗତ ମାସରୁ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇ ସାରିଛି। ରେଜଲ୍ଟକୁ ନେଇ ଅନେକ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ରେଜଲ୍ଟରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ଅଫ୍ଲାଇନ୍ରେ ପରୀକ୍ଷା ଦେବା ଲାଗି ବିଜ୍ଞପ୍ତି ବି ପ୍ରକାଶ ପାଇସାରିଛି। ଏଥିପାଇଁ ଜୁଲାଇ ୫ ତାରିଖରୁ ଫର୍ମଫିଲ୍ଅପ୍ ଚାଲିଛି, ଯାହା ୧୪ ତାରିଖରେ ଶେଷ ହେବ। ଏହା ପରେ ଜୁଲାଇ ୩୦ରୁ ଅଗଷ୍ଟ ୫ ତାରିଖ ଯାଏଁ ପରୀକ୍ଷା ହେବ।