<h3>ସେ ଜଣେ ମହିଳା, ଜୀବନ ଯୁଦ୍ଧ ରେ ସମାଜ ରେ ବଞ୍ଚିବା କୁ କରୁଛନ୍ତି ଅନେକ ଚେଷ୍ଟା | ଏ ଦୁନିଆରେ ଯାହା ପାଖରେ ପଇସା ଅଛି ସେ ତ ଆରାମ ଦାୟକ ଜୀବନ ବଞ୍ଚୁଛି | କିନ୍ତୁ ଯାହା ପାଖରେ ପଇସା ନାହି, ଏତେ ବଡ଼ ମହଙ୍ଗା ସମାଜ ରେ ସେ କେମିତି ବା ବଞ୍ଚିବ | ହଁ ଆଜ୍ଞା ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କାକଟପୁର ବ୍ଲକ ଓଥକା ପଞ୍ଚାୟତ ନରଣପୁର ଗ୍ରାମରେ | ଓଥକା ପଞ୍ଚାୟତର ନିର୍ବାଚିତ ସମିତି ସଭ୍ୟା ମିନର୍ଭା ମହାରଣା, ଆବାସ ଯୋଜନା ତାଙ୍କ ପାଇଁ ସାତସପନ | ତାଙ୍କ ସ୍ୱାମୀ ଜଣେ ଦିବ୍ୟାଙ୍ଗ, ସେଥିରେ ବି ସେ ଚାଲିଯାନ୍ତି କିଛି ମଜୁରୀ ଲାଗିବା ପାଇଁ | ଘରେ ଗୋଟେ ଛୋଟ ପୁଅ,ଆଉ ଗୋଟେ ପୁଅ କୁ କଟକ ରେ ନିଜ ବନ୍ଧୁ ଘରେ ରଖି ପଢ଼ାଉଛନ୍ତି | ଏହିଭଳି ପରିବାରକୁ ପ୍ରତିପୋଷଣର ଦାୟିତ୍ୱ ଭାର ନିଜ ଉପରକୁ ନେଇଛନ୍ତି ମିନର୍ଭା |</h3> <h3>ସେ ନିଜେ ଲୋକଙ୍କ ପ୍ରତିନିଧି ଭାବେ ନିର୍ବାଚିତ ହୋଇ ପଞ୍ଚାୟତ ସମିତିକୁ ଯାଇଛନ୍ତି ସତ, ଅନ୍ୟ ମାନଙ୍କ ଆବାସ ପାଇଁ ପ୍ରଶାସନକୁ ଦାବୀ ଜଣାଇଛନ୍ତି | କିନ୍ତୁ ଆଜି ବି ସେ ଭଙ୍ଗା ରୁଜା ଅସଜଡ଼ା ଇଟା କାନ୍ଥ ଭିତରେ କାଟୁଛନ୍ତି ଜୀବନ | କହିବେ ବା କାହାକୁ, ନିଜ ପାଇଁ କହିଲେ କାଳେ ଅଞ୍ଚଳବାସୀ ତାଙ୍କୁ ସ୍ୱାର୍ଥପର ର ଆକ୍ଷା ଦେବେ! ଆର୍ଥିକ ସ୍ଥିତି କହିଲେ ସରକାରୀ ଭତ୍ତା, ସେ ପୁଣି ସମୁଦ୍ର କୁ ଶଙ୍ଖେ | ତଥାପି ଥକି ନାହାନ୍ତି ମୀନର୍ଭା, ସେହି ପରିସ୍ଥିତି ରେ ବି ଲୋକ ଙ୍କ ଗୁହାରି ଶୁଣିବାକୁ ପଛେଇ ନାହାନ୍ତି | ଭୋଟ ପାଇଛନ୍ତି ଯେତେବେଳେ ନିଜ ପଞ୍ଚାୟତ ର ଲୋକ ଙ୍କ ଭଲ ମନ୍ଦ ବୁଝିବେନି ବା କିପରି, କିଛି ଛେଳି କିଣି ତାକୁ ଲାଳନ ପାଳନ କରୁଛନ୍ତି | ସେଥିରେ ଯାହା ୨ ପଇସା ରୋଜଗାର ହେବ ସେଥିରେ ପୁଅ କୁ ପାଠ ପଢେଇବା ପାଇଁ ଲକ୍ଷ୍ୟ ରଖିଛନ୍ତି | କିନ୍ତୁ ଅର୍ଥ ଲୋଭରେ କେବେ ରାଜନୈତିକ ଫାଇଦା ଉଠେଇ ନାହାନ୍ତି ମିନର୍ଭା |</h3>