ନୂଆଦିଲ୍ଲୀ,୧୫.୦୪.୨୦୨୩ (ଏନଏନଏସ ଓଡ଼ିଆ) : ପାକିସ୍ତାନୀ ଅଭିନେତା ଅଦନନ୍ ସିଦ୍ଦିକି ଶୁକ୍ରବାର ଦିନ ପ୍ରିୟଙ୍କା ଚୋପ୍ରାଙ୍କୁ ଟ୍ୟାଗ୍ କରି ଟ୍ୱିଟରରେ ଏକ ପୋଷ୍ଟରେ ସେ ଶର୍ମିନ୍ ଓବେଦ୍-ଚିନ୍ମୟଙ୍କୁ ‘ଦକ୍ଷିଣ ଏସୀୟ’ ବୋଲି ସମ୍ବୋଧିତ କରିଥିବାରୁ ଭଡକିଛନ୍ତି । ଷ୍ଟାର୍ ୱାର୍ସ ପାଇଁ ଶର୍ମିନଙ୍କୁ ପ୍ରଶଂସା କରି ଏକ ପୋଷ୍ଟ ସେୟାର କରିଥିଲେ ପ୍ରିୟଙ୍କା। ଏହି ଘଟଣାକୁ ନେଇ ଅଦନନ୍ ଟ୍ୱିଟ୍ କରି ପ୍ରିୟଙ୍କାଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଅଦନନ୍ ସିଦ୍ଦିକି ତାଙ୍କ ପୋଷ୍ଟରେ ଲେଖିଛନ୍ତି- “ପ୍ରିୟଙ୍କା ଚୋପ୍ରା, ତୁମର ଜ୍ଞାନ ବଢ଼ାଇବା ପାଇଁ, ମୁଁ ତୁମକୁ କହିବି ଯେ ଶର୍ମିନ୍ ଓବେଡ-ଚିନାୟ ହେଉଛନ୍ତି ପ୍ରଥମ ପାକିସ୍ତାନୀ। ଦକ୍ଷିଣ ଏସୀୟ ବୋଲି ଦାବି କରିବା ପୂର୍ବରୁ ଜାଣିରଖଯେ , ଯେତେବେଳେ ବି ତୁମେ ସୁଯୋଗ ପାଇବ, ତୁମେ ତୁମର ଭାରତୀୟ ନାଗରିକତ୍ୱ ପ୍ରକାଶ କରିବ |
ସୂଚନାଯୋଗ୍ୟଯେ ବଲିଉଡ ଫିଲ୍ମ ମା’ରେ ଶ୍ରୀଦେବୀଙ୍କ ବିପକ୍ଷରେ ଅଦନନ୍ ସିଦ୍ଦିକି ମଧ୍ୟ ନଜର ଆସିଛନ୍ତି। ତାଙ୍କର ଡ୍ରାମା ମାଟ୍, ମେରେ କାତିଲ୍ ମେରେ ହମ୍ଦମ୍, ମୋହବତ୍ ସୁବା କା ସୀତାରା ମଧ୍ୟ ଭାରତରେ ବେଶ୍ ଲୋକପ୍ରିୟ | ଲୋକମାନେ ତାଙ୍କ ଟ୍ୱିଟକୁ ମଧ୍ୟ ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି।
ପ୍ରିୟଙ୍କା ନିକଟରେ ଶର୍ମିନ୍ଙ୍କୁ ତାଙ୍କ ଇନଷ୍ଟାଗ୍ରାମରେ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, “ଷ୍ଟାର ୱାର୍ସ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବାରେ ପ୍ରଥମ ରଙ୍ଗର ବ୍ୟକ୍ତି ଏବଂ ସେ ପ୍ରଥମ ମହିଳା, ଏବଂ ସେ ଦକ୍ଷିଣ ଏସୀୟ! କି ଐତିହାସିକ ମୁହୂର୍ତ୍ତ, ଶର୍ମିନ। ତୁମ ପାଇଁ ଗର୍ବିତ, ମୋର ବନ୍ଧୁ।
ପ୍ରିୟଙ୍କାଙ୍କ ବ୍ୟତୀତ ଅନେକ ସେଲିବ୍ରିଟି ଏହି ଚଳଚ୍ଚିତ୍ର ପାଇଁ ଶର୍ମିନଙ୍କୁ ଅଭିନନ୍ଦନ ବାର୍ତ୍ତା ପଠାଇଛନ୍ତି। ଏଥିରେ ଅନେକ ପାକିସ୍ତାନୀ ମଧ୍ୟ ସାମିଲ ହୋଇଥିଲେ।