SPG ସୁରକ୍ଷା କଣ !

SPG ସୁରକ୍ଷା କଣ !

Spread this article

ଦେଶ ଠୁ ବିଦେଶ ସବୁଠି ଚର୍ଚ୍ଚାରେ ଭାରତର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ଲାଏ ଓଭରରେ 20 ମିନିଟ ଫସି ରହିବାକୁ ନେଇ ନାନା କଳ୍ପନା ଜଳ୍ପନା । ବାସ୍ତବରେ ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ଘଟିଥିଲା କଣ ? କେଉଁ କାରଣରୁ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ବାତିଲ୍ କରି ଫେରି ଆସିଲେ ? ସୁରକ୍ଷାରେ ତ୍ରୁଟି କିପରି ଘଟିଲା ? ତ୍ରୁଟି ପଛର ଉଦ୍ଦେଶ୍ୟ କଣ ? ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କଣ ଏତେ କମଜୋର ଥିଲା ଯେ, ତାଙ୍କୁ କାର୍ଯ୍ୟକ୍ରମ ବାତିଲ୍ କରିବାକୁ ପଡିଲା । ଏସବୁ ମଧ୍ୟରେ ସ୍ପେଶାଲ ପ୍ରୋଟେକସନ୍ ଗ୍ରୁପ ବା SPG ସୁରକ୍ଷାକୁ ନେଇ ଉଠିଛି ବିରାଟ ପ୍ରଶ୍ନ । ତେବେ SPG ସୁରକ୍ଷା କଣ??? ପ୍ରଥମେ ତା ଉପରେ ଆଲୋଚନା କରିବା ଭାରତରେ SPG ହେଉଛି ଏକ ସର୍ବଶ୍ରେଷ୍ଠ ସୁରକ୍ଷା ପ୍ରଦାତ୍ତ ସଂସ୍ଥା । ଉଭୟ ଭାରତ ତଥା ବିଦେଶରେ ପ୍ରଧାନମନ୍ତ୍ରୀଙ୍କୁ ତଥା ତାଙ୍କ ସରକାରୀ ବାସଭବନରେ ରହୁଥିବା ତାଙ୍କ ପରିବାର ସଦସ୍ୟଙ୍କୁ SPG ସୁରକ୍ଷା ଦେଇଥାଏ । 1988 ରେ ଭାରତ ସଂସଦର ଏକ ଅଧିନିୟମ ଦ୍ୱାରା ଏହି ଏଜେନ୍ସି ଗଠନ କରାଯାଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜିବ ଗାନ୍ଧୀଙ୍କୁ ହତ୍ୟା ପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହା ଆରମ୍ଭ ହୋଇଥିଲା ମାତ୍ର 2019 ରେ, ଆଇନରେ ସଂଶୋଧନ କରାଯାଇଛି । SPG ସୁରକ୍ଷା କେବଳ ଭାରତର ପ୍ରଧାନମନ୍ତ୍ରୀଙ୍କ ପାଇଁ ଉପଲବ୍ଧ ରହିଛି । ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ଏହି ସୁରକ୍ଷା ଗାନ୍ଧୀ ପରିବାରକୁ ମିଳିଥିଲା । ମାତ୍ର 2019 ରେ, ଆଇନରେ ସଂଶୋଧନ କରାଯାଇ ଏହା କେବଳ ପ୍ରଧାନମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଦ୍ୱାରକା ଠାରେ SPG ମୁଖ୍ୟ କାର୍ଯ୍ୟାଳୟ । ଏହାର କର୍ମଚାରୀଙ୍କୁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଦ୍ବାରା ନିଯୁକ୍ତ କରାଯାଇଥାଏ । ଏଥିରେ ଉଭୟ ପୁରୁଷ ଓ ମହିଳା ସାମିଲ୍ ହୋଇପାରିବେ । ତେବେ SPG ସର୍ବଦା ପ୍ରଧାନମନ୍ତ୍ରୀଙ୍କ ଆଖପାଖରେ ରହିଥାଏ ଏବଂ ତାଙ୍କୁ ସୁରକ୍ଷା ଯୋଗାଏ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ SPG କୁ ଏକ ବ୍ଲୁ ବୁକ୍ ଦିଆଯାଇଥାଏ । ବ୍ଲୁ ବୁକ୍ , ନିର୍ଦ୍ଦେଶ ମୁତାବକ କାମ କରେ SPG । ପ୍ରଧାନମନ୍ତ୍ରୀଙ୍କ କୌଣସି ଗସ୍ତର ତିନି ଦିନ ପୂର୍ବରୁ SPG ସମ୍ପୃକ୍ତ ରାଜ୍ୟର ଇଣ୍ଟେଲିଜେନ୍ସ ବ୍ୟୁରୋ ଅଧିକାରୀ, ରାଜ୍ୟ ପୋଲିସ ଅଧିକାରୀ ଏବଂ ସମ୍ପୃକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସମେତ ଏହି ଘଟଣାର ସୁରକ୍ଷା ସହ ଜଡିତ ସମସ୍ତଙ୍କ ସହ ଯୋଗାଯୋଗ କରିଥାଏ । ଏହି ବୈଠକରେ, ଛୋଟ ବଡ ସବୁ ବିବରଣୀ ଦିଆଯାଇଥାଏ । ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ଏବଂ ସୁରକ୍ଷା ବାବଦରେ ସ୍ଥାନୀୟ ଗୁପ୍ତଚର ସହିତ ଆଲୋଚନା କରାଯାଏ । କୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ ସବୁ ସ୍ତରରେ ଏଜେନ୍ସି ଦ୍ୱାରା ଯୋଜନା ପ୍ରସ୍ତୁତ କରେ SPG । ଏହି SPG କମାଣ୍ଡରଙ୍କ ପାଖରେ ଥାଏ ଘାତକ FNF ଆସଲ୍ଟ ରାଇଫଲ୍ ସହ ସ୍ବୟଂଚାଳିତ ବନ୍ଧୁକ । ବେଲଜିୟମର FNF 2000 ଏବଂ FNP 90 ଆସଲ୍ଟ ରାଇଫଲ ଥାଏ ଏହି କମାଣ୍ଡରଙ୍କ ନିକଟରେ । ଘାତକ FNF 2000 ଗୋଟିଏ ମିନିଟରେ 850 ରାଉଣ୍ଡ ଗୁଳି ଚାଳନା କରିବା ସାଙ୍ଗକୁ ଏହାର ରେଞ୍ଜ 500 ମିଟର ପର୍ଯ୍ୟନ୍ତ ରହିଥାଏ । ଶତ୍ରୁ ପକ୍ଷର କଡା ମୁକାବିଲା ପାଇଁ ଏହା ସର୍ବଦା ଉଭୟ ସେମି ଏବଂ ଫୁଲି ଅଟୋମେଟିକ ମୋଡରେ ଥାଏ । ସେହିପରି FNP 90 ରାଇଫଲର ରେଞ୍ଜ ମଧ୍ୟ ବେଶ୍ ଶକ୍ତିଶାଳୀ । ଏହା ଗୋଟିଏ ମିନିଟରେ 900 ଗୁଳି ଚାଳନା କରିପାରେ ଏବଂ ଏହାର ରେଞ୍ଜ 200 ମିଟର ରହିଛି । ଏହା ଛଡା SPG କମାଣ୍ଡର ପିନ୍ଧୁଥିବା ଜୋତା ଠୁ ଚଷମା ସବୁକିଛି ଖାସ୍ ହୋଇଥାଏ । ଏହି କମାଣ୍ଡରମାନେ ପିନ୍ଧୁଥିବା ଯୋତା ମଧ୍ୟ ଉଚ୍ଚ ମାନର, ଯାହା ସେମାନଙ୍କୁ ଖସିବାରୁ ରକ୍ଷା କରିଥାଏ । ମଜଭୂତ ଗ୍ଲୋବ୍ସ ପିନ୍ଧିଥାନ୍ତି SPG କମାଣ୍ଡର । ଛୋଟ, ବଡ ଆଘାତରେ ସୁରକ୍ଷା ଦେଇଥାଏ ଏହି ଗ୍ଲୋବ୍ସ । ସେହିପରି କମାଣ୍ଡରଙ୍କ ଚଷମାରେ ମଧ୍ୟ ବିଶେଷତ୍ବ ରହିଛି । ଏହି ହାଇ କ୍ବାଲିଟି ଚଷାମା ସେମାନଙ୍କ ଆଖିକୁ ସୁରକ୍ଷା ଦେବାରେ ବଡ ଭୂମିକା ନିଭାଇଥାଏ ।

ଅନ୍ୟାନ୍ୟ ଏନ ଏନ ଏସ ଓଡ଼ିଆ ଜାତୀୟ